କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ବି ବଡ଼ ତିରୁପତି ମନ୍ଦିରର ନୂଆ ଟ୍ରଷ୍ଟ ବୋର୍ଡ

ତିରୁପତି ମନ୍ଦିର

ତିରୁପତି : ଆନ୍ଧ୍ର ପ୍ରଦେଶ ସରକାର ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ପାଇଁ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ତିରୁପତି ମନ୍ଦିର ଟ୍ରଷ୍ଟ ବୋର୍ଡ କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଏହି ଟ୍ରଷ୍ଟ ବୋର୍ଡରେ ୨୯ ଜଣ ସଦସ୍ୟ ଏବଂ ୫୨ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି। ଏହା ହେଉଛି ବିଶ୍ବର ସବୁଠାରୁ ଧନୀ ହିନ୍ଦୁ ଦେବୋତ୍ତର କମିଟି ଏବଂ ସବୁଠାରୁ ବଡ଼ ଟ୍ରଷ୍ଟ ବୋର୍ଡ। ବିଦାୟୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ସଂଖ୍ୟା ୪୦ରୁ କମ୍‌ ଥିବାବେଳେ ନୂଆ ବୋର୍ଡରେ ୮୧ ସଦସ୍ୟ ଅଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୭୮ ସଦସ୍ୟ ଥିବାବେଳେ ତିରୁପତି ଟ୍ରଷ୍ଟ ବୋର୍ଡ ସଦସ୍ୟ ସଂଖ୍ୟା ୮୧। ତେଣୁ ଏହା କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଇଣ୍ଡିଆ ସିମେଣ୍ଟସ୍‌ ଚେୟାରମ୍ୟାନ୍‌ ଏନ୍‌ ଶ୍ରୀନିବାସନ୍‌, ମାଇ ହୋମ୍‌ ଗୃପ ଚେୟାରମ୍ୟାନ୍‌ ଜେ ରାମେଶ୍ବର ରାଓ, ହେଟେରୋ ଗୃପ ଚେୟାରମ୍ୟାନ୍‌ ବି ପାର୍ଥସାରଥୀ ରେଡ୍ଡୀ ନୂଆ ଟ୍ରଷ୍ଟ ବୋର୍ଡର ସଦସ୍ୟ ଅଛନ୍ତି। ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ମଧ୍ୟ ୭ ଜଣ ସଦସ୍ୟଙ୍କୁ ବୋର୍ଡରେ ରଖାଯାଇଛି। ବୋର୍ଡର ସଦସ୍ୟତା ପାଇଁ ଆଗ୍ରହ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କିଛି ପ୍ରଭାବଶାଳୀ ଭକ୍ତଙ୍କୁ ବୋର୍ଡର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।

Share Now:

Kalinga News Beuro

Next Post

ସୈନିକ ସ୍କୁଲ ବୁଲିଲେ ଲିଟ୍ୟୁନାଣ୍ଟ ଜେନେରାଲ ଏସ୍. ମୋହନ

Sat Sep 18 , 2021
‘କ୍ୟାଡର୍‌ମାନେ ପ୍ରତିରକ୍ଷା ବିଭାଗରେ ଯୋଗ ଦିଅନ୍ତୁ’ ଚନ୍ଦ୍ରଶେଖରପୁର : ମଧ୍ୟଭାରତ ଜବଲପୁର କ୍ୟାଣ୍ଟନ୍ ମେଣ୍ଟର କମାଣ୍ଡିଙ୍ଗ୍ ଲିଟ୍ୟୁନାଣ୍ଟ ଜେନେରାଲ ଏସ୍‌.ମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଭୁବନେଶ୍ବରସ୍ଥିତ ସୈନିକ ସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍. ଡୋମିନିକ୍ ରାୟନ୍, କମାଣ୍ଡର ପ୍ରୀତିକା ଶର୍ମା ଏବଂ ବରି ଅଧ୍ୟାପକ ବିଘ୍ନରାଜ ପ୍ରଧାନ ତାଙ୍କୁ ସ୍ୱାଗତ କରିଥିଲେ। ଲିଟ୍ୟୁନାଣ୍ଟ ଜେନେରାଲ ଏସ୍.ମୋହନ ବିଦ୍ୟାଳୟ ପରିସରରେ […]
ଲିଟ୍ୟୁନାଣ୍ଟ ଜେନେରାଲ ଏସ୍. ମୋହନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial