ଟଳିଲା ମହାନଦୀରେ ଆଶଙ୍କା : ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି। ଛୋଟ ଧରଣର ବନ୍ୟା ହୋଇଛି। ଏବେ କୌଣସି ବିପଦ ନାହିଁ। ମୁଣ୍ଡଳୀ ଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ ରୁ ୪ ଘଣ୍ଟା ହେଲା ଏ ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି। ତେଣୁ ଏବେ ଗୋଟିଏ ପରେ ଗୋଟିଏ ଗେଟ ବନ୍ଦ କରାଯାଉଛି।ବର୍ତ୍ତମାନ ସୁଦ୍ଧା ହୀରାକୁଦରୁ ୬ଗୋଟି ଗେଟ ବନ୍ଦ କରିଦିଆଗଲାଣି। ବ୍ରାହ୍ମଣୀ,ବୈତରଣୀ ଓ ସୁବର୍ଣ୍ଣରେଖାରେ ବି ଜଳସ୍ତର କମିଛି। ବନ୍ୟା ପରିସ୍ଥିତି ନାହିଁ। ଅବଶ୍ୟ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି।

Share Now:

Kalinga News Beuro

Next Post

ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ

Sun Sep 19 , 2021
ନୂଆଦିଲ୍ଲୀ: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍‌ ସାହିବ୍‌ ବିଧାୟକ ଚରଣଜୀତ୍‌ସିଂହ ଚନ୍ନୀ ନିର୍ବାଚିତ ହୋଇଥିବା କଥା କଂଗ୍ରେସ ନେତା ହରିଶ ରାୱତ୍‌ କହିଛନ୍ତି। ଟୁଇଟ୍‌ର ପୋଷ୍ଟ୍‌ରେ ସେ ଲେଖିଛନ୍ତି, ସର୍ବସମ୍ମତିକ୍ରମେ ପଞ୍ଜାବ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଚରଣଜୀତ ସିଂହ ଚନ୍ନୀ ନିର୍ବାଚିତ ହୋଇଥିବା ଖବର ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ସମ୍ପ୍ରତି କଂଗ୍ରେସ ବିଧାୟକ ଚରଣଜୀତ […]
ଚରଣଜୀତ ସିଂହ ଚନ୍ନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial