ଶଙ୍ଖ ଛାଡି ପଦ୍ମ ଧରିଲେ ଅଞ୍ଜଳି ବେହେରା

ଶଙ୍ଖ ଛାଡି ପଦ୍ମ ଧରିଲେ ଅଞ୍ଜଳି ବେହେରା

ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଶ୍ରୀମତୀ ବେହେରା ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଜେଡିର ବିଧାୟିକା ଥିଲେ ଅଞ୍ଜଳି। ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ ସେ। ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ଦିଆଯାଇନଥିଲା। ପରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ତାଙ୍କୁ ବହିଷ୍କାର ମଧ୍ୟ କରିଥିଲା।

Share Now:

Kalinga News Beuro

Next Post

ନେତାଜୀ ଓ ସର୍ଦ୍ଦାର ପଟେଲଙ୍କ ପ୍ରତି ଅନ୍ୟାୟ ହୋଇଛି : ଅମିତ ଶାହ

Mon Oct 18 , 2021
ପୋର୍ଟ ବ୍ଲେୟାର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପୋର୍ଟ ବ୍ଲେୟାରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି ଯେ, ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଆମେ ଯେତିକି ଗୁରୁତ୍ବ ଦେବା କଥା ଦେଇନାହୁଁ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ବି ଅନ୍ୟାୟ ହୋଇଛି। ଶାହ କହିଲେ ଯେ, ନେତାଜୀ ସୁଭାଷ ଓ ସର୍ଦ୍ଦାର ପଟେଲଙ୍କ ପରି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ବାଧୀନତା ପ୍ରାପ୍ତି ପରେ ଯଥାସମ୍ମାନ ଦିଆଯାଇ […]
ନେତାଜୀ ଓ ସର୍ଦ୍ଦାର ପଟେଲଙ୍କ ପ୍ରତି ଅନ୍ୟାୟ ହୋଇଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial