କୃଷି ଆଇନ ପ୍ରତ୍ୟାହାର ପାଇଁ ବୁଧବାର କେନ୍ଦ୍ରସରକାର ବିଲ୍‌ ଅନୁମୋଦନ କରିପାରେ

କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ତିନିଟି କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଦିନ ବିଲ୍‌ ଅନୁମୋଦନ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ। ତିନିଟି କୃଷି ଆଇନର ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିବା ପରେ ସଂସଦର ଆଗାମୀ ଅଧିବେଶନରେ ଏହି ବିଲ୍‌ ଗୁଡ଼ିକ ଉପସ୍ଥାପିତ ହେବ ବୋଲି ଏହି ସୂତ୍ରରୁ ପ୍ରକାଶ। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଗୁରୁପୁରବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶୁକ୍ରବାର ଦିନ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରଥିଲେ। ଅନ୍ୟପକ୍ଷରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକାରୀ କୃଷକମାନେ ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ ଥିବା ତିନିଟି ସ୍ଥାନରେ ଧାରଣାରେ ବସିଛନ୍ତି। ଲାଗୁ କରାଯାଇଥିବା ନୂତନ ତିନିଟି କୃଷି ଆଇନକୁ ସଂସଦରେ ରଦ୍ଦ ନକରିବା ପର୍ଯ୍ୟନ୍ତ ସେମାନେ ସେମାନଙ୍କର ଧାରଣା ଜାରି ରଖିବେ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ତେଣୁ, ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସରକାର ବର୍ତ୍ତମାନ ସଂସଦରେ ତିନିଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସଂସଦରେ ବିଲ୍‌ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

Share Now:

Kalinga News Beuro

Next Post

କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

Sun Nov 21 , 2021
ଭୁବନେଶ୍ବର: ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ। କଂଗ୍ରେସ ଓ ବିଜେପି ପରେ ବିଜେଡି ବି କରିଛି ଅଣ୍ଡାମାଡ। ଗତକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି କର୍ମୀ କେନ୍ଦ୍ରାପଡାରେ ଅଣ୍ଡାମାଡ କରିବା ପରେ, ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁଙ୍କୁ ସେହି କେନ୍ଦ୍ରାପଡାରେ ଅଣ୍ଡାମାଡ କରିଛନ୍ତି ବିଜେଡି କର୍ମୀ। ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କର୍ମୀ ଅଣ୍ଡାମାଡ କରିବା ପରେ ବିଜେଡି ଜିନ୍ଦାବାଦ ନାରା ବି ଦେଇଛନ୍ତି। ଗତକାଲି […]
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial