ବାତ୍ୟା କ୍ଷତିପୂରଣ ଦାବିରେ ବାଲିଅନ୍ତା ତହସିଲ ଘେରିଲେ ଭାଗଚାଷୀ

ବାତ୍ୟା କ୍ଷତିପୂରଣ

ବାଲିଅନ୍ତା : ବାଲିଅନ୍ତା ତହସିଲ ଅଞ୍ଚଳରେ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ଫସଲ କ୍ଷତିପୂରଣ ବାବଦ ସରକାରୀ ସହାୟତା ମିଳୁନାହିଁ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ସିଧାସଳଖ ଜମିମାଲିକମାନଙ୍କ ଆକାଉଣ୍ଟକୁ ଯାଉଛି। ଜମି ମାଲିକମାନେ ମଧ୍ୟ ଭାଗଚାଷୀମାନଙ୍କୁ ଫସଲ କ୍ଷତିପୂରଣ ଅର୍ଥ ଦେଉ ନାହାନ୍ତି। ଆକାଉଣ୍ଟକୁ ଆସୁଥିବା ଟଙ୍କା ମାଗିଲେ ଭାଗଚାଷୀ ଓଲଟି ଜମି ମାଲିକମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଥାନା କୋର୍ଟ ପର୍ଯ୍ୟନ୍ତ କଥା ଯାଉଛି।
ଅନ୍ୟପକ୍ଷରେ ପାଖରେ କୌଣସି ସତ୍ତ୍ୱଗତ ପ୍ରମାଣପତ୍ର ନଥିବାରୁ ଭାଗଚାଷୀ ଶୋଷଣର ଶିକାର ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତର ଅନେକ ଭାଗଚା‌ଷୀ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀ ସଂଗଠନ ପ୍ରତିନିଧି କରୁଣାକର ପରିଡ଼ା, କ୍ଷୀରୋଦ ଚନ୍ଦ୍ର ପଣ୍ଡା,ସଞ୍ଜୟ ତ୍ରିପାଠୀ , ନିରଞ୍ଜନ ବେହେରା, ନିରଞ୍ଜନ ସ୍ୱାଇଁ, ତୁଷାର ପଣ୍ଡା,ପପୁ ପଣ୍ଡା , ଚିତ୍ତରଞ୍ଜନ ପ୍ରଧାନ , ଦିଲ୍ଲୀପ କୁମାର ପ୍ରଧାନ,ପାପୁନି ରାଉତରାୟଙ୍କ ନେତୃତ୍ବରେ ଅନେକ ଭାଗଚାଷୀ ବିକ୍ଷୋଭର ନେତୃତ୍ବ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଭାଗଚାଷୀମାନେ ଏକାଠି ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରଥମେ ଦୃଢ଼ ପ୍ରତିବାଦ ଜଣାଇଥିଲେ। ଏହାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଭେଟି ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଚାଷୀ ପ୍ରତିନିଧି ବାଲିଅନ୍ତା ବ୍ଲକ ଅଞ୍ଚଳରେ ଶତକଡ଼ା ୬୦ ପ୍ରତିଶତ ଭାଗଚାଷୀଙ୍କର ଧାନ ବାତ୍ୟା ଜୱାଦରେ କ୍ଷୟକ୍ଷତି ହୋଇଥିବା ନେଇ ଅବଗତ କରାଇଥିଲେ। ତହସିଲଦାର ଶ୍ରୀ ପଣ୍ଡା ପ୍ରତି ମୌଜା ଅଞ୍ଚଳରେ ଜମି ମାଲିକ ଓ ଭାଗଚା‌ଷୀଙ୍କ ମଧ୍ୟରେ ଏନେଇ ଆପୋଷ ସମାଧାନ ହେବା ଉଚିତ ବୋଲି ସେମାନଙ୍କୁ କହିଥିଲେ।

Share Now:

Kalinga News Beuro

Next Post

ବିଏମ୍‌ସିର ଭଙ୍ଗାଗଢ଼ା ଖେଳ: ସହିଦନଗରବାସୀଙ୍କ ପାଇଁ କାଳ

Tue Dec 7 , 2021
ଗଛ କାଟି ଦୋକାନ ଘର ନିର୍ମାଣ ଭୁବନେଶ୍ୱର: ରାସ୍ତା‌ପାର୍ଶ୍ଵକୁ କବ୍‌ଜା କରିନେଲେଣି ଉଠାଦୋକାନୀ। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ସହର ସାରା ରାସ୍ତାପାର୍ଶ୍ବ ଜବରଦଖଲ। କେଉଁଠି ହୋଟେଲ ଖୋଲିଛି ତ ଆଉ କେଉଁଠି ପାନ ଦୋକାନ। ଯିଏ ଯେଉଁଠି ପାରିଲା କବ୍‌ଜା କରିନେଲା। ବିଏମ୍‌ସି ଉଚ୍ଛେଦ କରୁଛି, ମାତ୍ର ଫଳ କିଛି ହେଉନି। ଦିନରେ ଯେଉଁଠି ଉଚ୍ଛେଦ ହେଉଛି, ରାତି ପାହିଲା ବେଳକୁ ସେ ସ୍ଥାନର କିଛି ଦୂରରେ […]
ବିଏମ୍‌ସିର ଭଙ୍ଗାଗଢ଼ା ଖେଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial