ସମାବେଶୀ ସରକାର ନ ଗଢିଲେ ଆଫଗାନିସ୍ତାନରେ କ୍ଷମତା ହରାଇବ ତାଲିବାନ : ଋଷ କୂଟନୀତିଜ୍ଞ

କ୍ଷମତା ହରାଇବ ତାଲିବାନ

ନୂଆଦିଲ୍ଲୀ : ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରୁ କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି ! ଏପରି ଭବିଷ୍ୟତବାଣୀ କରିଛନ୍ତି ଋଷିଆର ଜଣେ ବରିଷ୍ଠ କୂଟନୀତିଜ୍ଞ। ଆଫଗାନିସ୍ତାନରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଜାମିର କାବୁଲୋଭ କହିଛନ୍ତି ଯେ ତାଲିବାନକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ତାଲିବାନକୁ ଏକ ସମାବେଶୀ ସରକାର, ଯେଉଁଥିରେ ସବୁ ପକ୍ଷଙ୍କ ପ୍ରତିନିଧିତ୍ବ ଥିବ, ଗଢିବାକୁ ପଡ଼ିବ। ଏପରି ନକଲେ ତାଲିବାନ ଖୁବଶୀଘ୍ର କ୍ଷମତା ହରାଇବ। କାରଣ ଏହା ଗୃହଯୁଦ୍ଧ ଆଡ଼଼କୁ ଟାଣିନେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶରେ ଅଚଳ କରାଯାଇଥିବା ଆଫଗାନିସ୍ତାନର ପାଣ୍ଠିକୁ ସଚଳ କରାଯିବ ଯଦି ତାଲିବାନ ନିଜର ଆଚରଣରେ ସଂଶୋଧନ କରେ। ତାଲିବାନ ଜାଣିବା ଉଚିତ ଯେ ବିଭିନ୍ନ ବହୁରାଷ୍ଟ୍ରୀୟ ସଂସ୍ଥାରେ ଥିବା ଆଫଗାନିସ୍ତାନର ପାଣ୍ଠି ତାଲିବାନର ସମ୍ପତ୍ତି ନୁହେଁ, ଏହି ସମ୍ପତ୍ତି ଆଫଗାନିସ୍ତାନବାସୀଙ୍କର। ସେମାନଙ୍କ ସମସ୍ୟା ସମାଧାନରେ ତାହାର ଉପଯୋଗ ହେବା ଉଚିତ। ତେବେ ଆଫଗାନିସ୍ତାନରେ ଦେଖାଦେଇଥିବା ମାନବୀୟ ସଂକଟ ପାଇଁ ପାଶ୍ଚାତ୍ୟ ଦେଶ ବି ଦାୟୀ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ତାଲିବାନ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଗଠିତ ଅନ୍ତରୀଣ ସରକାରରେ କେବଳ ତାଲିବାନ ଓ ହକ୍କାନି ନେଟଓ୍ବାର୍କର ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସଂଖ୍ୟାଲଘୁ ଲୋକମାନଙ୍କୁ ଏଥିରେ ସ୍ଥାନ ଦିଆଯାଇନଥିଲା। ଏହା ପରେ ଅଧିକାଂଶ ଦେଶ ତାଲିବାନ ସରକାରକୁ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନାହାନ୍ତି।

Share Now:

Kalinga News Beuro

Next Post

ପାଇକ ବିଦ୍ରୋହକୁ ମାନ୍ୟତା ଦାବି: ବରୁଣେଇରୁ ବାହାରିଲା ସଶସ୍ତ୍ର ପାଇକ ଶୋଭାଯାତ୍ରା

Fri Dec 17 , 2021
ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ପାଇକ ସ୍ମାରକୀ ନିର୍ମାଣ ଜମି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଠାରେ ଐତିହାସିକ ବରୁଣେଇ ପୀଠରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ପାଇକ ରାଲି ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି। ଆଜି ବରୁଣେଇ ପୀଠରେ ଢ଼େଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ ଆଦି ବିଭିନ୍ନ ସ୍ଥାନରୁ ପାଇକ ଆଖଡ଼ା ଦଳ, ପାଇକ ଗୁରୁ […]
ପାଇକ ବିଦ୍ରୋହକୁ ମାନ୍ୟତା ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial