ଗୋଭକ୍ତ ଗାଈଙ୍କ ପାଇଁ ନିର୍ମାଣ କରିଛନ୍ତି ସ୍ୱତନ୍ତ୍ର ବେଡ଼ରୁମ

ଗାଈଙ୍କ ପାଇଁ ନିର୍ମାଣ କରିଛନ୍ତି ସ୍ୱତନ୍ତ୍ର ବେଡ଼ରୁମ

ଯୋଧପୁର: ଆପଣ ଅନେକ ସମୟରେ ଗାଈମାନଙ୍କୁ ଚାଲାଣ କରାଯାଉଥିବାର ଖବର ପଡ଼ିଥିବେ। କିଭଳି ଅମାନବୀୟ ଢଙ୍ଗରେ ଗାଈମାନଙ୍କୁ ଚାଲାଣ କରାଯାଏ, ସେବାବଦରେ ବି ଜାଣିଥିବେ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବାବଦରେ କହିବୁ ଯେଉଁମାନେ ଗାଈଙ୍କୁ ପରିବାରର ସଦସ୍ୟ ଭାବେ ବିବେଚନା କରନ୍ତି। ରାଜସ୍ଥାନର ଯୋଧପୁର ସହରରେ ଥିବା ପାଲ ରୋଡରେ ରୁହନ୍ତି ପ୍ରେମ ସିଂ କାଞ୍ଚବାହା ଏବଂ ତାଙ୍କ ପତ୍ନୀ ସଞ୍ଜୁ କାଞ୍ଚବାହା। ଉଭୟଙ୍କ ଘରର ନାମ କାଓ ହାଉସ ନାମରେ ପରିଚିତ। ଏହି ପରିବାର ଏଭଳି ଗୋଭକ୍ତ ଯେ ସେମାନେ ଗାଈଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଠରୀ ତିଆରି କରିଛନ୍ତି। ଗାଈଙ୍କ ପାଇଁ ସ୍ୱତନ୍ତ୍ର ବେଡ଼ରୁମ ଥିବାବେଳେ ପୁରା ପରିବାର ଗୋମାତାଙ୍କୁ ସେମାନଙ୍କ ପରିବାରର ସଦସ୍ୟ ପରି ସେବା କରନ୍ତି। ତାଙ୍କ ଘରେ ଦୁଇଟି ଗାଈ ଏବଂ ଗୋଟିଏ ବାଛୁରୀ ଅଛି। କେବଳ ଏତିକି ନୁହେଁ ସଞ୍ଜୁ କହିଛନ୍ତି ଯେ ସେ ଗାଈମାନଙ୍କୁ ଏଭଳି ଟ୍ରେନିଂ ଦେଇଛନ୍ତି ଯେ ଗାଈମାନେ ଶଯ୍ୟା ଉପରେ ଶୋଇଥା’ନ୍ତି ଓ ନିଜେ ଖଟରୁ ଉଠି ବାହାରେ ଯାଇ ଗୋବର କରିଥାନ୍ତି। ଗୋମାତାଙ୍କୁ ଜାତୀୟ ପଶୁ ମାନ୍ୟତା ଦେବାକୁ ସଞ୍ଜୁ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଫସର ଫାଟିଲା କୁକୁର ବନ୍ଧ୍ୟାକରଣ ଯୋଜନା : ଗ୍ଲୋବାଲ୍‌ ଟେଣ୍ଡର ବାତିଲ୍‌

Mon Jan 3 , 2022
ଭୁବନେଶ୍ୱରରେ ହେବନି ତ ଭୋପାଳ ସ୍ଥିତି ଭୁବନେଶ୍ୱର : ମଧ୍ୟପ୍ରଦେଶ ଭୋପାଳରେ ୫ଟି ବୁଲା କୁକୁର ୪ବର୍ଷର ଜଣେ ଶିଶୁକୁ କାମୁଡ଼ି ଲହୁଲୁହାଣ କରିବା ପରେ ଭୁବନେଶ୍ବରରେ କୁକୁରଙ୍କୁ ନେଇ ଚିନ୍ତା ବଢ଼ିଛି। ଦୀର୍ଘ ଦିନ ହେବ ଏବିସି(ଆନିମଲ ବାର୍ଥ କଣ୍ଟ୍ରୋଲ) କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏହା ସଫଳ ହେଉନଥିବାରୁ ରାଜଧାନୀରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଟିକାକରଣ ହୋଇପାରୁ ନଥିବାରୁ ସେମାନେ କାମୁଡ଼ିଲେ ମାରାତ୍ମକ ଜଳାତଙ୍କ […]
କୁକୁର ବନ୍ଧ୍ୟାକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial