କରୋନା ଯୋଗୁଁ ଚାକିରି ହରାଇବା ପରେ ତିନି ଜଣ ଇଞ୍ଜିନିୟରଙ୍କ ‘ବି.ଟେକ ଚା’

‘ବି.ଟେକ ଚା’

କୋଲ୍ଲମ: କରୋନା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅନେକଙ୍କ ଜୀବନରେ ପ୍ରଭାବ ପକାଇଛି। କରୋନାକୁ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯଦି ବା ଅନେକଙ୍କ ଜୀବନ ବଞ୍ଚାଇଦେଇଛି, ତଥାପି ବି ଅନେକଙ୍କ ଜୀବିକା ଉପରେ ଏକ ବଡ ପ୍ରଭାବ ପକାଇଛି। କରୋନା ଓ ଲକଡାଉନ ତିନି ଜଣ ଇଞ୍ଜିନିୟରଙ୍କ ଜୀବିକା ଉପରେ ବି ପ୍ରଭାବ ପକାଇଥିଲା, ସେମାନେ ଚାକିରି ହରାଇଥିଲେ ବି ମନରେ କିଛି କରିବାର ଜୋସ ଥିଲା। ଆଉ ଠିକ ସେଥିପାଇଁ ତ ଏବେ ଏହି ତିନି ଜଣ ଏକ ଚା ଦୋକାନ କରିଛନ୍ତି। ବିଭିନ୍ନ ଫ୍ଲେଭରର ଚା ପ୍ରସ୍ତୁତ କରି ଲୋକଙ୍କୁ ପରସି ଦେଉଛନ୍ତି। ଆପଣ କେବେ କେରଳର କୋଲାମ ଜିଲ୍ଲାର ପଲ୍ଲିମୁକ୍କୁ ଦେଇ ଯାଆନ୍ତି, ତେବେ ଆପଣ ଜାତୀୟ ରାଜପଥ ୬୬ ପାର୍ଶ୍ୱରେ ଏକ ନିଆରା ଚା ଷ୍ଟଲ୍ ଦେଖିପାରିବେ। ଏହି ଚା ଷ୍ଟଲର ନାମ ହେଉଛି ‘ବି.ଟେକ ଚା’। ଆନନ୍ଦୁ ଅଜୟ, ମହମ୍ମଦ ଶାଫି ଏବଂ ତାଙ୍କ ଭାଇ ମହମ୍ମଦ ଶାନାଭାସ, ତିନି ଇଞ୍ଜିନିୟରିଂ ସ୍ନାତକ ଏକତ୍ରିତ ହୋଇ ବି.ଟେକ ଚା ଆରମ୍ଭ କରିଥିଲେ। ନିଜ ଚା ଷ୍ଟଲକୁ ନେଇ ଆନନ୍ଦୁ କହିଛନ୍ତି ଯେ ଯେତେବେଳେ ଆମେ ଲକଡାଉନ୍ ସମୟରେ ଚାକିରି ହରାଇଥିଲୁ ଆମେ ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିଥିଲୁ ଏବଂ ଖାଦ୍ୟ ବ୍ୟବସାୟ କରିବା ଆମ ମନରେ ଥିଲା। କିନ୍ତୁ ଆର୍ଥିକ ସଙ୍କଟ ହେତୁ, ଆମେ ଖାଦ୍ୟ ବ୍ୟବସାୟ ଆରମ୍ଭ କରିପାରିଲୁ ନାହିଁ। ତେଣୁ, ଆମେ ‘ବି.ଟେକ ଚା’ ଆରମ୍ଭ କରିଛୁ। ‘ବି.ଟେକ ଚା’ର ସଦସ୍ୟ ମାନେ କହିଛନ୍ତି ଯେ ଆମ ପାଖରେ ୫ ଟଙ୍କା ମୂଲ୍ୟର ଚା ରୁ ଆରମ୍ଭ କରି କେଶର ଚା(୪୫ ଟଙ୍କା) ମଧ୍ୟ ମିଳୁଛି। ବର୍ତ୍ତମାନ ଆମ ମେନୁରେ ୫୦ଟି ଚା ଥିବାବେଳେ ବାଦାମ ପିସ୍ତା ଚା, ଭାନିଲା ଚା, ଧନିଆ ପତ୍ର ପଡିଥିବା ଚା, ଷ୍ଟ୍ରବେରୀ ଚା, ଚକୋଲେଟ୍ ଚାର ଡିମାଣ୍ଡ ରହିଛି। ‘ବି.ଟେକ ଚା’ ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଦିନକୁ ଦିନ ଗ୍ରାହକ ବଢ଼ୁଥିବାର ଆନନ୍ଦୁ କହିଛନ୍ତି।

Share Now:

Kalinga News Beuro

Next Post

ଭରତପୁର ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

Mon Jan 10 , 2022
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ଉକ୍ତ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଥିବା ସନ୍ଦେହ କରାଯାଉଛି। ଭୋଜି ଭାତ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଫରେନସିକ ଟିମ ଏବଂ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି। ମୃତା ଯୁବତୀ […]
ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial