ମୋଦି କମାଲ : ରାସନ ଦୋକାନରେ ବ୍ୟାଙ୍କିଙ୍ଗ କାରବାର

କରିହେବ ବ୍ୟାଙ୍କିଙ୍ଗ କାରବାର

ନୂଆଦିଲ୍ଲୀ: ଖାଦ୍ୟଶସ୍ୟ ପାଇବା ବ୍ୟତୀତ ଲୋକମାନେ ଖୁବ୍‌ ଶୀଘ୍ର ଦେଶର ରାସନ ଦୋକାନମାନଙ୍କରେ ବ୍ୟାଙ୍କ କାରବାର କରିବାକୁ ସକ୍ଷମ ହେବେ। କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ରାସନ ଦୋକାନକୁ ଏକ ’ସାଧାରଣ ସେବା କେନ୍ଦ୍ର’ ଭାବରେ ଚିହ୍ନଟ କରିଛନ୍ତି ଏବଂ ଏହାର କର୍ମଚାରୀ ନିଯୁକ୍ତିକୁ ‘ବ୍ୟାଙ୍କ ସହଯୋଗୀ’ ଭାବରେ ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାରଙ୍କର ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏକ ଚିଠି ପଠାଯାଇଛି ଯେଉଁଥିରେ ରାଜ୍ୟମାନଙ୍କୁ ଶୀଘ୍ର ଏହି ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦେଶରେ ଗ୍ରାମୀଣ ବ୍ୟାଙ୍କିଙ୍ଗ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା, ବ୍ୟାଙ୍କଗୁଡିକ କିପରି ରାସନ ଦୋକାନକୁ ସାହାଯ୍ୟ କରିବେ, କାର୍ଯ୍ୟ ପାଇଁ କେତେ କମିଶନ ପ୍ରଦାନ କରାଯିବ ସେ ବିଷୟରେ ଆଲୋଚନା କରିବା ପାଇଁ ସମଗ୍ର ଦେଶରେ ରାସନ ଦୋକାନ ସଂଗଠନର ଶୀର୍ଷ ନେତାମାନଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅନ୍ୟତମ ଶୀର୍ଷ ଅଧିକାରୀ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏବଂ କନୱଲଜିତ ଶୋରଙ୍କ ସହ ମଧ୍ୟ ବୈଠକ ହୋଇସାରିଛି। ଏହି କ୍ରମରେ ଏହି ପ୍ରସଙ୍ଗରେ ଦେଶର ଅନ୍ୟ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀମାନଙ୍କ ସହ ମନ୍ତ୍ରାଳୟ ଅଧିକାରୀମାନଙ୍କ ଆଲୋଚନା ଆରମ୍ଭ ହୋଇଯାଇଛି।

Share Now:

Kalinga News Beuro

Next Post

ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ

Sat Apr 9 , 2022
ମୁମ୍ବାଇ: ମୁମ୍ବାଇରୁ ‘ଓମିକ୍ରନ୍‌’ର ଉପ-ପ୍ରଜାତି ଏକ୍ସ୍‌ଇର ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ନିଶ୍ଚିତ କରିଛି ଯେ ମୁମ୍ବାଇର ସାଣ୍ଟାକ୍ରୁଜରେ ରହୁଥିବା ଜଣେ ୬୭ ବର୍ଷ ବୟସ୍କ ବ୍ୟକ୍ତି ଏକ୍ସ୍‌ଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଜଣକ ମାର୍ଚ୍ଚ ୧୧ରେ ନିଜ କାମ ପାଇଁ ଭଦୋଦରା ଯାଇଥିଲେ। ସେଠାରେ ହୋଟେଲରେ ଏକ ସଭାରେ ଯୋଗଦେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଯେତେବେଳେ ତାଙ୍କର କୋଭିଡ୍ […]
ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial