ଦିଲ୍ଲୀରେ ପୁଣି ବଢୁଛି ସଂକ୍ରମଣ : ସତର୍କ ହେଲେ ଦିଲ୍ଲୀ ସରକାର

ଦିଲ୍ଲୀରେ ପୁଣି ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ : ଦେଶ ଏବେ ଧୀରେ ଧୀରେ କରୋନା ମହାମାରୀର ପ୍ରକୋପରୁ ମୁକୁଳିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କଟକଣା ହଟାଇଦେଇଛନ୍ତି। ମାତ୍ର ଦିଲ୍ଲୀ ଓ ନିକଟବର୍ତ୍ତୀ ହରିୟାଣାରେ ପୁଣି କରୋନା ସଂକ୍ରମଣ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି। ଦିଲ୍ଲୀରେ ଗୁରୁବାରଦିନ ୩୨୫ଟି ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଯାଇଛନ୍ତି। ସେହିପରି ହରିୟାଣାରେ ଗତ ୧୪ଦିନରେ ମୋଟ ୧୨୦୦ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ମଧ୍ୟରୁ କେବଳ ଗୁରୁଗ୍ରାମରେ ୧୦୦୦ ମାମଲା ଚିହ୍ନଟ ହୋଇଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯ଼େ ସଂକ୍ରମଣ ବଢୁଥିଲେ ବି ହସପିଟାଲରେ ରୋଗୀ ସଂଖ୍ୟା ବଢୁନାହିଁ। ଏଣୁ ଚିନ୍ତାର କୌଣସି କାରଣ ନାହିଁ। ସେହିପରି ସ୍କୁଲ ବନ୍ଦ କରିବାର ଯ଼ୋଜନା ନାହିଁ ବୋଲି ଉପମୁଖ୍ୟନ୍ତ୍ରୀ ମନିଷ ଶିସୋଦିଆ କହିଛନ୍ତି। ତେବେ ଦେଶରେ ପୁଣି ୪ର୍ଥ ଲହର ଆସିବାର ସମ୍ଭାବନା ଅଛି କି ? ଏସମ୍ପର୍କରେ ଦେଶର ଜଣାଶୁଣା ଭୁତାଣୁ ବିଶେଷଜ୍ଞ ଡ.ଗଗନଦୀପ କାଙ୍ଗ କହିଛନ୍ତି ଯ଼େ ଏବେଠାରୁ ତାହା କହିବା ଠିକ ହେବ ନାହିଁ। ତେବେ ଆମକୁ ସତର୍କତାର ସ୍ତର ପୂର୍ବପରି ରଖିବାକୁ ପଡିବ।

Share Now:

Kalinga News Beuro

Next Post

ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି : ୫ ଗିରଫ

Fri Apr 15 , 2022
ଝାରସୁଗୁଡ଼ା: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି। ଏ ନେଇ ଆଜି ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାର କ୍ରିଷ୍ଣ କୁମାର(୨୩) ନାମକ ଜଣେ ଯୁବକ ସମ୍ବଲପୁର ସାକ୍ଷୀପଡ଼ାର ଇକମତ ଅଲ୍ଲି ଖାଁଙ୍କ ଝିଅ […]
ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷରେ ବିକ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial