ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ

ରାସ୍ତା ମଝିରେ ରେଳମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବଙ୍କ ଗସ୍ତ ଏକ ପ୍ରକାର ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଂକର ଲକ୍ଷ୍ୟ କଳାହାଣ୍ଡି ଜିଲ୍ଳା ଜୁନାଗଡ ଠାରୁ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ରେଳପଥ ଖୁବଶୀଘ୍ର ଲୋକଙ୍କୁ ଭେଟି ଦେବେ। ସର୍ଭେ କାମ ଏକ ପ୍ରକାର ସରିଯାଇଥିବା ବେଳେ ମାଲକାନଗିରି ଠାରୁ ଭଦ୍ରାଞ୍ଚଲମ ରେଳପଥର ସର୍ଭେ କାମ ଚାଲିଛି। ତେବେ ଏହାକୁ ମାଲକାନଗିରି ବିଜେପି ତରଫରୁ ମନ୍ତ୍ରୀଙ୍କୁ ଦାବି କରାଯାଇଥିଲା। ମନ୍ତ୍ରୀ ମଧ୍ୟ ତୁରନ୍ତ ଏହି ଦାବିକୁ ମାନି ନେଇ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ କାମ କରିବା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ସେ ଗତକାଲି କୋରାପୁଟରୁ କାର ଯୋଗେ ମାଲକାନଗିରି ଆସିବା ସମୟରେ ରାସ୍ତାରେ କେଉଁ ଆଡେ ରେଳପଥ ଯାଉଛି ତାହାର ତଦାରଖ କରିବା ସହ ରାସ୍ତା ମଝିରେ ଜୟପୁର ଠାରୁ ଭଦ୍ରାଞ୍ଚଲମର ମ୍ୟାପକୁ ମଧ୍ୟ ତଦାରଖ କରିଥିଲେ। ରେଲବ‌ାଇ ବିଭାଗର ଅଧିକାରୀଙ୍କ ଠାରୁ ଏହାର ରାସ୍ତା ସଂପର୍କରେ ପଚାରି ବୁଝିବା ସହ କେଉଁଠାରେ କଣ ଅସୁବିଧା ରହିଛି ତାହା ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା। ଗୋଦାବରୀ ନଦୀରେ ଏକ ବଡ ବ୍ରିଜ କରାଯିବା ପାଇଁ ବିଭାଗୀୟ ଅଧିକାରୀମାନେ କହିବା ପରେ ମନ୍ତ୍ରୀ ତୁରନ୍ତ ଏହାକୁ ମାନି ନେଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଯେତେ ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବ, ସେହି ଦିନ ଠାରୁ ତୁରନ୍ତ ରେଳପଥ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ। ଏପରିକି ରେଳପଥ ଆରମ୍ଭ ହେବା ସମୟରେ ସେ ନିଜେ ଆସି ରେଳପଥ କାମକୁ ଲୋକଙ୍କ ସହ ଦେଖିବେ ବୋଲି କହିଥିଲେ। ମନ୍ତ୍ରୀଙ୍କ ମହାନତା ନେଇ ଏବେ ଜିଲ୍ଲାରେ ବେଶ ଚର୍ଚ୍ଚା ଚାଲିଛି। ସେ ଚାହିଁଥିଲେ ହେଲିକେପ୍ଟର ଯୋଗେ ସିଧା ମାଲକାନଗିରିରେ ପହଞ୍ଚିପାରିଥାନ୍ତେ। କିନ୍ତୁ ରୋଡ ଦେଇ ଆସିବା ସହ ରେଳପଥର ଲାଇନକୁ ମଧ୍ୟ ଦେଖିବା ସହ ଏହାର ତଦାରଖ କରିଥିଲେ। ଲୋକଙ୍କ ସହ ସିଧା କଥା ହୋଇ ସେମାନଙ୍କର ସମସ୍ୟାକୁ ବୁଝିବା କାମ ଦେଖି ଲୋକେ ପ୍ରଶଂସାରେ ମନ୍ତ୍ରୀଙ୍କୁ ପୋତି ଦେଇଥିଲେ। ଏପରିକି ଛତିଶଗଡରୁ ଆସିଥିବା ରେଳ ଆନ୍ଦୋଳନ କମିଟି ପକ୍ଷରୁ ଦିଆଯାଇଥିବା ଦାବିକୁ ତୁରନ୍ତ ସେ ପୂରଣ କରିଥିଲେ। କାମ କରିବାର ସ୍ପୃହା ତାଂକ ନିକଟରେ ଦେଖିବାକୁ ମିଳିଥିଲା। ସେ ପୁଣି ଥରେ ମାଲକାନଗିରିକୁ ଆସି ରେଳପଥ କାର୍ଯ୍ୟକୁ ତରାନ୍ବିତ କରିବା ପାଇଁ ଲାଗି ପଡିବେ ବୋଲି କହିଥିଲେ।

Share Now:

Kalinga News Beuro

Next Post

ପଲିଥିନ ଘେରିରେ ‘ଆମ ବସ୍ତିର ଚାଟଶାଳୀ’ : ମାଗଣାରେ ପଢୁଛନ୍ତି ବସ୍ତି ପିଲା

Sat Apr 23 , 2022
ରାଉରକେଲା: ସମାଜରେ ନୈତିକତା ଓ ଦାୟିତ୍ୱବୋଧରୁ ଯୁବବର୍ଗ ହଟିଯାଉଥିବା ଅନେକ ସମୟରେ ଆଲୋଚନା ହୁଏ। କିନ୍ତୁ ଏହି ଉକ୍ତିକୁ ସଂପୂର୍ଣ୍ଣ ମିଥ୍ୟା ପ୍ରମାଣିତ କରିଛନ୍ତି ରାଉରକେଲା ନେହରୁପଲ୍ଲୀ ବସ୍ତିର ୪ ଜଣ ଉଚ୍ଚ ଶିକ୍ଷିତ ଯୁବକ, ଯୁବତୀ। ଏହି ଚାରି ଯୁବକଯୁବତୀ ନିଜେ ଚାକିରୀ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ତେବେ ଏସବୁ ଭିତରେ ସମାଜପ୍ରତି ନିଜର କର୍ତ୍ତବ୍ୟବୋଧକୁ ଭୁଲିଯାଇନାହାନ୍ତି। ସେମାନେ ବସ୍ତି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ମାଗଣା ଶିକ୍ଷାଦାନ କରୁଛନ୍ତି। […]
‘ଆମ ବସ୍ତିର ଚାଟଶାଳୀ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial