ବନ୍ଧୁକ ଚାଳନା ତାଲିମ ବେଳେ ଅଘଟଣ : ରାଇଫଲରୁ ଗୁଳି ଫୁଟି ହାବିଲଦାର ଆହତ

ବନ୍ଧୁକ ଚାଳନା ତାଲିମ ବେଳେ ଅଘଟଣ

ରାୟଗଡ଼ା: ରାୟଗଡ଼ା ଦ୍ୱିତୀୟ (ଓଡିଶା) ବାଳିକା ବାଟାଲିୟନ୍ ଏନସିସି କ୍ୟାଡେଟଙ୍କ ଫାୟାରିଂ ଟ୍ରେନିଂ ବେଳେ ରାଇଫଲରୁ ଗୁଳି ଫୁଟି ଆହତ ହୋଇଛନ୍ତି ହାବିଲଦାର ଜୟପ୍ରକାଶ। ତାଙ୍କ ଗୋଡରେ ଗୁଳି ଫୁଟି ଆଘାତ ହୋଇଥିବାରୁ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଆଜି ସକାଳୁ ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନର ୫୦ଜଣ ଏନସିସି କ୍ୟାଟେଡ୍‌ଙ୍କୁ ସ୍ଥାନୀୟ ଇଏମଆରଏସ ବିଦ୍ୟାଳୟ,ବାରିଝୋଲା ନିକଟରେ ଫାୟାରିଂ ଟ୍ରେନିଂ ଦିଆଯାଉଥିଲା। ଏହି ସମୟରେ ହାବିଲଦାର ଜୟପ୍ରକାଶ ରାଇଫଲ୍ ବ୍ୟାରେଲକୁ ତଳ ମୁହାଁ କରି ସଫା ଓ ରାଇଫଲକୁ ନିରୀକ୍ଷଣ ବେଳେ ପୂର୍ବରୁ ବ୍ୟାରେଲ ମଧ୍ୟରେ ଥିବା ଏକ ଗୁଳି ଟ୍ରିଗ୍ରର ଦବାଇବାରୁ ଫୁଟି ଯାଇଥିଲା। ଯେ ହେତୁ ରାଇଫଲର ବ୍ୟାରେଲଟି ତଳମୁହାଁ ଥିଲା ଏହା ହାବିଲଦାର ଜୟପ୍ରକାଶଙ୍କ ପିନ୍ଧିଥିବା ବୁଟ୍ କଡରେ ଗୁଳି ଫୁଟି ବାଜି ଯାଇଥିଲା। ବର୍ତମାନ ହାବିଲଦାର ଜୟପ୍ରକାଶ ସୁସ୍ଥ ଥିବା ବେଳେ ରାଇଫଲ ବ୍ୟାରେଲଟି ତଳମୁହାଁ ହୋଇଥିବାରୁ କୈାଣସି ବଡ ଅଘଟଣ ଘଟି ନଥିବା ବେଳେ ଟ୍ରେନିଂ ସମୟରେ ରାଇଫଲ ସେଟିଂ ଓ ବ୍ୟାରେଲ ସଫା କରିବା ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ପାଇଁ କର୍ଣ୍ଣଲ ଲେଫ୍ଟନାଂଟ ଅଧିକାରୀ ଆଲୋକ ଘୋଷ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Share Now:

Kalinga News Beuro

Next Post

ପାର୍ଟସ୍‌ ବୋଝେଇ ଟ୍ରକ୍‌ରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ

Sat May 7 , 2022
୩ ଅନ୍ତଃରାଜ୍ୟ ନିଶାମାଫିଆ ଗିରଫ, ଆନ୍ଧ୍ରରୁ ହରିୟାଣା ଚାଲାଣ ହେଉଥିଲା ଭୁବନେଶ୍ବର: କେତେବେଳେ ଗାଡ଼ି ହେଡ୍‌ଲାଇଟ୍‌ରେ ତ ଆଉ କେତେବେଳେ ସିଟ୍‌ ତଳେ। ବିଭିନ୍ନ ହାଇଟେକ୍ ଉପାୟରେ ନିଶାଦ୍ରବ୍ୟ ଚାଲାଣ କରୁଥିବା ଅନ୍ତଃରାଜ୍ୟ ନିଶା ମାଫିଆଙ୍କ ଆଉ ଏକ ଚାଲ୍‌କୁ ପର୍ଦ୍ଦାଫାସ୍ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭୁବନେଶ୍ବର ଏନ୍‌ସିବି ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ପିତାପଲ୍ଲୀ-ବାରଙ୍ଗ ରାସ୍ତାରୁ ୫୦୬ କେଜି ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ୍‌ ଜବତ କରିଛି। […]
୫୦ ଲକ୍ଷ ଟଙ୍କାର ଗଞ୍ଜେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial