ବୁଢ଼ା ବର ଦେଖି ଶାଶୁ ଘର ଯିବାକୁ ମନା କଲା କନ୍ୟା

ବୁଢ଼ା ବର

ବାରାଣସୀ: ରବିବାର ରାତିରେ ବାରାଣସୀର ଚୌବେପୁର ଅଞ୍ଚଳରେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଥିଲା ବର। ନାଚ ଗୀତ ସହ ବାଜା, ବାଣ, ରୋଶଣୀ ନେଇ ବର କନ୍ୟା ଘରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବୈଦିକ ଜପ ସହିତ ବିବାହ ଶେଷ ହୋଇଥିଲା। କନ୍ୟା ମଥାରେ ସିନ୍ଦୂର ଭରିଥିଲା ବର। ହେଲେ ସବୁ ଶେଷ ହେବା ପରେ ଶାଶୁଘରକୁ ଯିବା ପାଇଁ କନ୍ୟାକୁ ଡକାଯିବାରୁ ସଫାସଫା ମନା କରିଦେଇଥିଲା କନ୍ୟା। ରବିବାର ବିବାହ ଶେଷ ହେବା ପରେ ସୋମବାର ସକାଳେ ଯେତେବେଳେ ବୋହୂକୁ ଘରକୁ ନେବା ପାଇଁ ଶାଶୁଘର ଲୋକ ଆସିଥିଲେ କନ୍ୟା ଗାଡ଼ିରେ ବସିବାକୁ ମନା କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଢ଼ା ବର ସହ ମୁଁ ଶାଶୁ ଘରକୁ ଯିବି ନାହିଁ ବୋଲି କହି କନ୍ୟା ଶାଶୁ ଘରକୁ ନଯିବାକୁ ଅଡିବସିଥିଲା। ତେବେ ଏହି ମାମଲାର ସମାଧାନ ପାଇଁ ପୁଲିସ ହସ୍ତକ୍ଷେପ କରିବା ସହ ବୁଝାଇବକେୁ ଚେଷ୍ଟା କରିଥିଲେ ବି କନ୍ୟାର ଜିଦ୍ ପାଇଁ ଶେଷରେ କିଛି ଘଣ୍ଟାର ବୈବାହିକ ସମ୍ପର୍କ ଭାଙ୍ଗିଯାଇଥିଲା। ସୂଚନା ମୁତାବକ, ଚୌବେପୁରର କାଦିପୁର ଖର୍ଦ୍ଦ ଗ୍ରାମ ନିବାସୀ ରାଜା ବାବୁ ଚୌହାନଙ୍କ ଝିଅ କାଜଲଙ୍କ ବିବାହ ସାକେତ ନଗର ସଙ୍କଟ ମୋଚନ ବାରାଣସୀ ନିବାସୀ ସ୍ୱର୍ଗତଃ ପ୍ରଭୁ ଚୌହାନଙ୍କ ପୁଅ ସଞ୍ଜୟ ଚୌହାନଙ୍କ ସହ ସ୍ଥିର ହୋଇଥିଲା। ଜୁନ୍ ୫ତାରିଖ ରବିବାର ଦିନ ବିବାହ ଥିବା ବେଳେ ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଥିଲେ ସଞ୍ଜୟ ଚୌହାନ। ହିନ୍ଦୁ ରୀତିନୀତି ଅନୁଯାୟୀ ବୈଦିକ ଜପ ସହିତ ବିବାହ ସମ୍ପର୍ଣ୍ଣ ହୋଇଥିଲା। କନ୍ୟା ମଥାରେ ସିନ୍ଦୂର ଭରିଥିଲା ବର। ହେଲେ ସବୁ ଶେଷ ହେବା ପରେ ଶାଶୁଘରକୁ ଯିବା ପାଇଁ କନ୍ୟା ମନା କରିଦେଇଥିଲା। ଏନେଇ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହେବାରୁ ପୁଲିସ କାନକୁ କଥା ଯାଇଥିଲା। ଦୁଇ ପକ୍ଷକୁ ବସାଇ ଘଟଣାର ସମାଧାନ କରିବାକୁ ପୁଲିସ ଚେଷ୍ଟା କରିଥିଲେ ବି କନ୍ୟାର ଜିଦ୍ ପାଇଁ ଶେଷରେ ବାହାଘର ଭାଙ୍ଗିଥିଲା।

Share Now:

Kalinga News Beuro

Next Post

ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ଗ୍ୟାଙ୍ଗ୍‌ : ଲୋକେ ଆତଙ୍କିତ

Tue Jun 7 , 2022
ବନ୍ଧା ହେଲେଣି ୩୦ରୁ ଅଧିକ, ଏବେ ବି ଅନେକ ଫେରାର୍ ଭୁବନେଶ୍ବର : ଦାଦାବଟି ଆଦାୟ କରିବାଠାରୁ ଆରମ୍ଭ କରି ଲୁଟ୍‌ପାଟ କରିବା ପାଇଁ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଖଣ୍ଡା, ଭୁଜାଲି ଓ କଟୁରିରେ ନିର୍ମମ ଭାବେ ହାଣୁଛନ୍ତି। ଏମିତିକି ବନ୍ଧୁକ ଫୁଟାଇ ଆତଙ୍କ ରଚୁଛନ୍ତି। ରାତିର ନିର୍ଜନତାରେ ରାଜରାସ୍ତାରେ ମେଳିବାନ୍ଧି ଘୂରି ବୁଲିବା, ଗାଡ଼ିରେ ଷ୍ଟଣ୍ଟ୍‌ କରିବା, ଖଣ୍ଡା ଓ ଭୁଜାଲି ବୁଲାଇ ସହରରେ ଆତଙ୍କ ରଚୁଛନ୍ତି। ଆଉ […]
ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ଗ୍ୟାଙ୍ଗ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial