ଦେଶରେ ୩ୟ ମଙ୍କିପକ୍ସ ମାମଲା କେରଳର ମାଲାପ୍ପୁରମକୁ ଚିହ୍ନଟ

ଦେଶରେ ୩ୟ ମଙ୍କିପକ୍ସ ମାମଲା

କୋଚି : କେରଳର ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି। ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ। ଜ୍ବର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ ତାଙ୍କ ଶରୀରେ ଲକ୍ଷଣ ଦେଖାଯାଇଥିଲା। ଏହା ପରେ ତାଙ୍କ ନମୁନା ନିଆଯାଇଥିଲା, ଯାହାକି ପଜିଟିଭ ବାହାରିଥିଲା। ଏହା ପରେ ତାଙ୍କ ପରିବାର ଲୋକଙ୍କୁ ବି ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଗତ ୧୪ ତାରିଖରେ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା କେରଳରେ ଚିହ୍ନଟ ହୋଇଥିଲା। ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଥିଲେ। ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ। ସେହିପରି ଜୁଲାଇ ୧୮ରେ ଦେଶର ୨ୟ ମଙ୍କିପକ୍ସ ମାମଲା କେରଳରପ କୁନ୍ନୁରରେ ଚିହ୍ନଟ ହୋଇଥିଲା। ସେ ବି ଦୁବାଇରୁ ଆସିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ। ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ। ତେବେ ଏହା ସେତେଟା ମାରାତ୍ମକ ନୁହେଁ।

Share Now:

Kalinga News Beuro

Next Post

ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ୧୪ ଲକ୍ଷ ଲୁଟି‌ଲେ ଦୁର୍ବୃତ୍ତ : ମ୍ୟାନେଜରଙ୍କୁ ମୁଖ୍ୟ ଗେଟ୍‌ରେ ବାନ୍ଧି ତାଲା ପକାଇ ଫେରାର

Fri Jul 22 , 2022
ବାଲେଶ୍ବର : ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ବ୍ୟାଙ୍କ ଭିତରକୁ ଦୁର୍ବୃତ୍ତମାନେ ପ୍ରବେଶ କରି ଆତତାୟୀ ସୃଷ୍ଟି କରିଛନ୍ତି। ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ବରୁଣଗଡ଼ିଆସ୍ଥିତ ବ୍ୟାଙ୍କ୍‌ ଅଫ୍‌ ବରୋଦାରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ଆଜି ଅପରାହ୍ନ […]
ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ୧୪ ଲକ୍ଷ ଲୁଟି‌ଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial