ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୭ସୁଦ୍ଧା ଲଘୁଚାପ ରୂପ ନେବ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ-1

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବା ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଆସନ୍ତା ୭ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି। ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ଭାରତର କେତେକ ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି। ଜୁଲାଇ ମଧ୍ୟଭାଗ ସୁଦ୍ଧା ହାରାହାରି ବୃଷ୍ଟିପାତ ୧୧୪ ପ୍ରତିଶତ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହବେଳକୁ ତାହା ୧୦୬ ପ୍ରତିଶତକୁ ଖସିଆସିଛି। କିନ୍ତୁ ଆଗାମୀ ଲଘୁଚାପ ଫଳରେ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନରେ ବର୍ଷା ହେବ। ଏହା ଫଳରେ କେତେକ ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ମଧ୍ୟ ଦୂର ହେବାର ସମ୍ଭାବନା ରହିଛି। ଅଗଷ୍ଟ ୧୧ ବେଳକୁ ଏହି ଲଘୁଚାପକ୍ଷେତ୍ର ଆରବ ସାଗରରେ ପ୍ରବେଶ କରି ପାକିସ୍ତାନ ଉପକୂଳ ଦେଇ ଓମାନ ଓ ପାରସ୍ୟ ଉପସାଗର ଆଡ଼କୁ ଯିବ। ଆରବ ସାଗର ଅତିକ୍ରମ କରିବା ସମୟରେ ଏହା ପୁଣି ବଳ ଗୋଟାଇବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

୧୮ ବର୍ଷ ହେଲେ ଭୋଟର କାର୍ଡ ପାଇଁ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ସୁଶୀଲ ଲୋହାନି

Fri Aug 5 , 2022
ଭୁବନେଶ୍ବର: ୧୮ ବର୍ଷ ହେଲେ ଭୋଟର କାର୍ଡରେ ସାମିଲ ପାଇଁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ବର୍ଷକୁ ୪ ଥର ଆବେଦନ କରିପାରିବେ ନୂଆ ଭୋଟର। ଜାନୁଆରୀ ୧,ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରୁଥିଲେ ନା ସାମିଲ ପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି। ସେ ଆହୁରି ବି […]
ସୁଶୀଲ ଲୋହାନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial