ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ହରାଇଲା ଭାରତ

ହାରାରେ : ବିଜୟ ସହ ଆରମ୍ଭ ହୋଇଛି ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଗସ୍ତ। ଜିମ୍ବାଓ୍ବେର ହାରାରେଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୪୦ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ। ତେବେ ଅଧିନାୟକ ଚକାଭା ୩୫ ରନ କରିଥିବାବେଳେ ବ୍ରାଡ୍ ଇଭାନ୍ସ ୩୩ ରନ ଓ ଏନଗାରଭା ୩୪ ରନ କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ। ଭାରତ ପକ୍ଷରୁ ଦିପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ୧୯୦ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲ ଅନାୟାସରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲେ। ଶିଖର ୮୧ ରନ ଓ ଶୁଭମନ ୮୨ ରନ କରି ଦଳ ପାଇଁ ୩୦.୫ ତମ ଓଭରରେ ଏକ ସହଜ ବିଜୟ ଆଣିଦେଇଥିଲେ। ଭାରତ ପାଇଁ ୩ଟି ଓ୍ବିକେଟ ନେଇଥିବା ଦୀପକ ଚହରଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।

Share Now:

Kalinga News Beuro

Next Post

ଡାବୁଗାଁ ବନ ବିଭାଗ ଦ୍ବାରା ୭ ଫୁଟର ଅଜଗର ଉଦ୍ଧାର

Thu Aug 18 , 2022
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କୁସୁମବନ୍ଧ ଗ୍ରାମ ନିକଟରେ ଏକ ସାଢେ଼ ୭ ଫୁଟ ଲମ୍ବର ବିରାଟ ଅଜଗର ସାପକୁ ଆଜି ଡାବୁଗାଁ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ପରେ ଅଜଗର ସାପର ପ୍ରାଥମିକ ଚିକିତ୍ସା କରାଯାଇ ପୁଣି ଜଙ୍ଗଲରେ ଛାଡ଼ି ଦିଆ ଯାଇଛି। ସୂଚନା ଅନୁଯାୟୀ, ଗତ ଏକ ସପ୍ତାହ ଧରି ଡାବୁଗାଁ ବ୍ଲକରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଡାବୁଗାଁ […]
ଡାବୁଗାଁ ବନ ବିଭାଗ ଦ୍ବାରା ୭ ଫୁଟର ଅଜଗର ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial