ୟୁକ୍ରେନ ଯୁଦ୍ଧ : ରୁଷ ସେନାର ନିଦ ହଜେଇ ଦେଇଛି ତାଇଓ୍ବାନର ଏହି କ୍ଷୁଦ୍ର ଡ୍ରୋନ

ତାଇଓ୍ବାନର ଏହି କ୍ଷୁଦ୍ର ଡ୍ରୋନ

ତାଇପେଈ : ରୁଷ ୟୁକ୍ରେନ ଯୁଦ୍ଧରେ ଚୀନ ରୁଷ ପଛରେ ଛିଡ଼ା ହୋଇଥିବାବେଳେ ତାଇଓ୍ବାନ ପରୋକ୍ଷରେ ୟୁକ୍ରେନକୁ ସହାୟତା କରିଚାଲିଛି। ୟୁକ୍ରେନ ପକ୍ଷରୁ ତାଇଓ୍ବାନ ନିର୍ମିତ ଏକ ଲଢୁଆ ଡ୍ରୋନ ବ୍ୟବହାର କରାଯାଉଛି, ଯାହାକି ରୁଷର ଅନେକ ଟ୍ୟାଙ୍କ ଧ୍ବଂସ କରିସାରିଲାଣି। ତାଇଓ୍ବାନର ଏକ ନ୍ୟୁଜ ପୋର୍ଟାଲ ‘ତାଇଓ୍ବାନନ୍ୟୁଜ ଡଟ କମ’ର ଏକ ରିପୋର୍ଟ ଅନୁସାରେ ତାଇଓ୍ବାନର ଲଢୁଆ ଡ୍ରୋନ ରିଭରବଲ-୮୬୦ ରୁଷ ସେନାର ନିଦ ହଜାଇ ଦେଇଛି। ଏହା ରୁଷର ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ଉପରେ ବୋମାବର୍ଷଣ କରୁଛି। ତେବେ ତାଇଓ୍ବାନ ସିଧାସଳଖ ଏହି ଡ୍ରୋନକୁ ୟୁକ୍ରେନକୁ ବିକ୍ରି କରିନାହିଁ। ତାଇଓ୍ବାନ ଏହି ଡ୍ରୋନକୁ ପୋଲାଣ୍ଡକୁ ବିକ୍ରି କରିଥିଲା। ପୋଲାଣ୍ଡ ଏଗୁଡ଼ିକୁ ୟୁକ୍ରେନକୁ ଦେଇଥିଲା। ବିଶ୍ବର ଅନ୍ୟାନ୍ୟ ଲଢୁଆ ଡ୍ରୋନ ତୁଳନାରେ ଏହା ଅପେକ୍ଷାକୃତ ଛୋଟ ହୋଇଥିଲେ ବି ବେଶ ପ୍ରଭାବୀ। ଛୋଟ ହୋଇଥିବାରୁ ଏଗୁଡିକୁ ଠାବ କରିବା ବେଶ କଠିନ। ଏଥିରେ ମୋଟ ୪୨ କିଲୋଗ୍ରାମର ସାମଗ୍ରୀ ରହିପାରିବ। ଫଳରେ ଏହା ୮ଟି ୬୦ ମିଲିମିଟର ମୋର୍ଟାର ରାଉଣ୍ଡ ବହନ କରିପାରିବ। ଏହା ସର୍ବାଧିକ ୪୦ ମିନିଟ ଆକାଶରେ ରହିପାରିବ ଓ ବୋମା ପକାଇପାରିବ। ତାଇଓ୍ବାନର ଏକ କମ୍ପାନି ଡ୍ରୋନ୍ସଭିଜନ ଏହି ଡ୍ରୋନ ଉତ୍ପାଦନ କରୁଛି। ୟୁକ୍ରେନକୁ ମୋଟ ୮୦୦ଟି ରିଭଲବର ଡ୍ରୋନ ଯୋଗାଇଦିଆଯାଇଛି। ତେବେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏଗୁଡ଼ିକୁ ପୋଲାଣ୍ଡକୁ ବିକ୍ରି କରାଯାଇଥିଲା।

Share Now:

Kalinga News Beuro

Next Post

୫ ଜିଲ୍ଲା ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରିଲେ ମୁଖ୍ୟମନ୍ତ୍ରୀ ନବୀନ

Thu Aug 18 , 2022
ଭୁବନେଶ୍ବର: ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁୁଖ୍ୟମନ୍ତ୍ରୀ ନବୀନ ଆକାଶମାର୍ଗରୁ ଏହି ୫ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ବି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରୁ ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ […]
କଥା ହେବେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial