ବନ୍ୟା ପାଇଁ ବଢ଼ିଲା +୨ ନାମଲେଖା ପାଇଁ ସମୟ ସୀମା

ବଢ଼ିଲା +୨ ନାମଲେଖା ପାଇଁ ସମୟ ସୀମା

ଭୁବନେଶ୍ୱର: ରାଜ୍ୟରେ ଦେଖାଯାଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା ବୃଦ୍ଧି କରିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବାର ଥିଲା। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ ବୋଲି କୁହାଯାଇଥିଲା। ଏବେ ନାମଲେଖା ପାଇଁ ସମୟ ସୀମା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨ୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଯାଏଁ ଥିଲା। ଏବେ ଏହା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ସେହିପରି ତତ୍କାଳନ ନାମଲେଖାର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଥିବାବେଳେ ଏବେ ଏହା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସୂଚନା ଥାଉ କି ଚଳିତ ବର୍ଷ ଯୁକ୍ତ୨ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ ୪,୮୦,୭୦୪ ଛାତ୍ରଛାତ୍ରୀ। ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଛାତ୍ରଛାତ୍ରୀ ଇଣ୍ଟିମେସନ ପାଇଛନ୍ତି। ସଂସ୍କୃତରେ ୧୩,୨୬୮ ଓ ଧନ୍ଦାମୂଳକରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି।

Share Now:

Kalinga News Beuro

Next Post

ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

Sat Aug 20 , 2022
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍ସରେ ଏକ ଅଘଟଣ ଘଟିଯାଇଛି। ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି। ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ସୁନୀଲ କୁମାର ରାଉତଙ୍କର ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ମୃତ ରୋଗୀ ପୁରୀ ଜିଲ୍ଲାର ବୀରପ୍ରତାପପୁର ଅଞ୍ଚଳର ଓ ତାଙ୍କନାମ ମହେନ୍ଦ୍ର ସ୍ୱାଇଁ […]
ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial