କଂଗ୍ରେସ ଛାଡିପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ୍ ସିଂ

କରନ୍ ସିଂ

ଶ୍ରୀନଗର: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିକଟରେ ଦଳ ଛାଡିଥିଲେ। ବର୍ତ୍ତମାନ କଂଗ୍ରେସକୁ ଜମ୍ମୁକଶ୍ମୀରରୁ ଆଉ ଏକ ବଡ଼ ଝଟକା ଲାଗିପାରେ। ମହାରାଜା ହରି ସିଂଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ୍ ସିଂ ମଧ୍ୟ କଂଗ୍ରେସ ଛାଡିବା ନେଇ ଇସାରା ଇସାରାରେ କହିଛନ୍ତି। କରନ୍ ସିଂ କହିଛନ୍ତି, ‘ମୁଁ ୧୯୬୭ ରେ କଂଗ୍ରେସରେ ଯୋଗ ଦେଇଥିଲି। କିନ୍ତୁ ଗତ ୮ ରୁ ୧୦ ବର୍ଷ ହେଲା ମୁଁ ସଂସଦର ସଦସ୍ୟ ନାହିଁ। ମୋତେ ୱର୍କିଙ୍ଗ କମିଟିରୁ ମଧ୍ୟ ବାହାର କରି ଦିଆଯାଇଥିଲା। ମୁଁ କଂଗ୍ରେସରେ ଅଛି ସତ, କିନ୍ତୁ ଦଳ ସହିତ ମୋର କୌଣସି ସମ୍ପର୍କ ନାହିଁ।’
ସୂଚନା ଥାଉ କି ଜମ୍ମୁ କଶ୍ମୀରର ଶେଷ ମହାରାଜା ହରି ସିଂଙ୍କ ପୁତ୍ର କରନ୍ ସିଂ ୧୯୬୭ ରୁ ୧୯୭୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ। ତେବେ ଗତ କିଛି ବର୍ଷ ଧରି ତାଙ୍କୁ ଅବହେଳା କରାଯାଇଆସୁଥିବାର ସେ କହିଥିବାବେଳେ ଗୁଲାମ ନବୀ ଆଜାଦଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରନ୍ ସିଂଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ନିକଟରେ ସେ ଏକ ପୁସ୍ତକ ଲେଖିଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ କରନ୍ ସିଂଙ୍କୁ ପ୍ରଶଂସା କରିଥିଲେ। ଯଦିଓ କରନ୍ ସିଂ କଂଗ୍ରେସ ଛାଡିବା ନେଇ ସ୍ପଷ୍ଟ ଭାବେ କହିନାହାନ୍ତି କିନ୍ତୁ ସେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରରେ ନିଜର ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ କ୍ରମାଗତ ଭାବେ ରାଲି କରୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି।

Share Now:

Kalinga News Beuro

Next Post

ଯୋଡା଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ଯୁବକ ମୃତ,ସ୍କୁଲ ଛାତ୍ରୀ ଗୁରୁତର : ଦୁର୍ଘଟଣାରେ ୨ଟି ବାଇକ୍‌ ଚୁରମାର

Fri Sep 16 , 2022
ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ଓଭର୍ ବ୍ରିଜ୍ ତଳେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏକ ୨୨ ଚକିଆ ଟ୍ରଲର ୫/୧୮ ସାଇଜର୍ (ଏନ୍ଏଲ୍ -୦୧ ଏଡି -୨୭୭୧) ଲୁହାପଥର ବୋଝେଇ କରି ବଡବିଲ ପଟୁ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ରଣାଶାଳ ଘାଟି – ଡିଏଭି ସ୍କୁଲ ଜଙ୍କସନ ଓଭରବ୍ରିଜ ତଳେ ଓଲଟି ପଡିବା ସମୟରେ ଉକ୍ତ ସ୍ଥାନରେ ପୂର୍ବରୁ […]
ଟ୍ରେଲର ଓଲଟି ଯୁବକ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial