ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଲୁଟ୍‌ତରାଜ କଥା ମନେପକାଇ ଦେଲେ ପୁଟିନ୍‌

ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ମନେପକାଇ ଦେଲେ ପୁଟିନ୍‌

ମସ୍କୋ: ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ୟୁକ୍ରେନ୍‌ ୪ଟି ଅଞ୍ଚଳକୁ ରୁଷ୍‌ରେ ସାମିଲ କରିବା ଅବସରରେ ଦେଇଥିବା ଦୀର୍ଘ ଭାଷଣରେ ରୁଷୀୟ ରାଷ୍ଟ୍ରପତି ପାଶ୍ଚାତ୍ୟ ଶକ୍ତିମାନେ ଭାରତ ଓ ଆଫ୍ରିକାରେ କରିଥିବା ଲୁଟ୍‌ତରାଜ କଥା ବ୍ୟକ୍ତ କରିଛନ୍ତି। କ୍ରେମ୍‌ଲିନ୍‌ର ସେଣ୍ଟ୍‌ ଜର୍ଜସ୍‌ ହଲ୍‌ରେ ଶହ ଶହ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଜୟ ଚୁକ୍ତି ସ୍ବାକ୍ଷର କରିବା ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି: ମଧ୍ୟଯୁଗରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଉପନିବେଶୀୟ ନୀତି ଆରମ୍ଭ କଲେ। ତା’ପରେ ଆରମ୍ଭ କଲେ କ୍ରୀତଦାସ ବ୍ୟବସାୟ, ଆମେରିକାରେ ଲୋହିତ ଭାରତୀୟଙ୍କ ଗଣସଂହାର, ଭାରତ ଓ ଆଫ୍ରିକାରେ ଲୁଟ୍‌ତରାଜ ଏବଂ ଚୀନ୍‌ ବିରୋଧରେ ଇଂଲଣ୍ଡ୍‌ ଓ ଫ୍ରାନ୍‌ସ୍‌ର ଯୁଦ୍ଧ।
ସେମାନେ ବିଭିନ୍ନ ଦେଶକୁ ମାଦକ ଦ୍ରବ୍ୟ ଜରିଆରେ ଅକ୍ତିଆର କରିବା ସହ ସମଗ୍ର ଆଦିମ ପ୍ରଜାତିଙ୍କୁ ମୂଳପୋଛ କଲେ। ଭୂମି ଓ ସମ୍ବଳ ନିମନ୍ତେ ସେମାନେ ଜନସାଧାଣଙ୍କୁ ପଶୁ ଶିକାର କରିବା ଭଳି ହତ୍ୟା କଲେ। ଏହା ହେଉଛି ମଣି‌ଷର ସ୍ବଭାବ, ସତ୍ୟ, ସ୍ବାଧୀନତା ଏବଂ ବିଚାରର ବିରୁଦ୍ଧାଚରଣ। ପୁଟିନ୍‌ ଆହୁରି ମଧ୍ୟ କହିଛନ୍ତି, ଆଜି ମଧ୍ୟ ସେମାନେ ଜର୍ମାନି, ଜାପାନ, କୋରିଆ ସାଧାରଣତନ୍ତ୍ର ଏବଂ ଅନ୍ୟାନ୍ୟ ଦେଶକୁ ଅଧିକାର କରି ରଖି ବାହାରକୁ ସମକକ୍ଷ ମିତ୍ରରାଷ୍ଟ୍ର ବୋଲି କହୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାକୁ ତୀବ୍ର ନିନ୍ଦା କରି ସେ କହିଛନ୍ତି ଯେ, ସେ ହେଉଛି ବିଶ୍ବରେ ଏକମାତ୍ର ଦେଶ ଯିଏ ଆଣବିକ ଅସ୍ତ୍ର ପ୍ରୟୋଗ କରି ଜାପାନର ହିରୋସିମା ଓ ନାଗାସାକି ସହରକୁ ଧ୍ବଂସ କରି ଉଦାହରଣ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ପଲ୍ୟୁସନ ସାର୍ଟିଫିକେଟ ନଥିଲେ ମିଳିବ ନାହିଁ ପେଟ୍ରୋଲ, ଡିଜେଲ

Sat Oct 1 , 2022
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବର୍ଷ ଶୀତ ଆରମ୍ଭ ହେବାମାତ୍ରେ ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଥାଏ। ଆଉ ବାୟୁ ପ୍ରଦୂଷଣକୁ ନେଇ ଏଥର ଦିଲ୍ଲୀ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିରନ୍ତର ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ଦିଲ୍ଲୀ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ ସାର୍ଟିଫିକେଟ ବିନା […]
ପଲ୍ୟୁସନ ସାର୍ଟିଫିକେଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial