୨ଦିନରେ ୧୦୦କୋଟି ଆୟ କଲା ‘ଅବତାର-୨’ : ଭାଙ୍ଗିବ ଅନେକ ଫିଲ୍ମର ରେକର୍ଡ

‘ଅବତାର-୨’-1

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ ଚମତ୍କାର ଭିଜୁଆଲ୍ ସହିତ ଭାରତୀୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ସେତେ ଅଧିକ ନିର୍ମାଣ ହେଉନଥିବା ବେଳେ ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଆବାକ୍ କରିଥିଲା। ବିଶ୍ୱବ୍ୟାପୀ ‘ଅବତାର’ ପ୍ରାୟ ୩ବିଲିୟନ ଡଲାରର ବ୍ୟବସାୟ କରିଥିଲା ​​ଏବଂ ଆଜି ପର୍ଯ୍ୟନ୍ତ ଫିଲ୍ମଟି ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇରହିଛି। ଏହାର ସିକ୍ୱେଲକୁ ବର୍ଷ ବର୍ଷ ଧରି ଦର୍ଶକ ଅପେକ୍ଷା କରିଥିବା ବେଳେ ଡିସେମ୍ବର ୧୬ରେ ଅବତାର ୨’ ରିଲିଜ ହୋଇଥିଲା। ବକ୍ସ ଅଫିସ ରିପୋର୍ଟ ଅନୁଯାୟୀ, ‘ଅବତାର ୨’ ୨ଦିନରେ ୧୦୦କୋଟି ଆୟ କରିଛି। ପ୍ରଥମ ଦିନରେ ଫିଲ୍ମଟି ପାଖାପାଖି ୫୨କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନର ଆୟ ମିଶାଇ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ଜଣାପଡ଼ିଛି। ଏବେ ଅବତାର-୨ ରିଲିଜର ଦୁଇ ଦିନ ମଧ୍ୟରେ ୧୦୦କୋଟି ଆୟ କରିଥିବା ବେଳେ ଆଗକୁ ମଧ୍ୟ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। କୁହାଯାଉଛି ଯେ, ସପ୍ତାହ ଶେଷରେ ଏହି ଫିଲ୍ମଟି ବକ୍ସ ଅଫିସରେ ୧୫୦କୋଟି ଆୟ କରିବାରେ ସଫଳ ହେବ। ମାର୍ଭେଲର ‘ଆଭେଞ୍ଜର୍ସ: ଏଣ୍ଡ ଗେମ୍’ ହେଉଛି ଭାରତର ପ୍ରଥମ ଦିନରେ ଅଧିକ ଆୟ କରିଥିବା ହଲିଉଡ୍ ଚଳଚ୍ଚିତ୍ର। ୨୦୧୯ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୫୩କୋଟିରୁ ଅଧିକ ଟଙ୍କା ଆୟ କରିଥିଲା।

Share Now:

Kalinga News Beuro

Next Post

ଯବାନଙ୍କ ପାଇଁ ମାୟାଙ୍କ କୋଳକୁ ଆସିଲା କୁନି ପରୀ

Mon Dec 19 , 2022
ମାନବିକତାର ପରିଚୟ ଦେଖାଇଲେ ଯବାନ ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଖାଇଲେ କୋବ୍ରା ବାଟାଲିୟନର ଯବାନ।ସୁକମା ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ପୋଟକପଲ୍ଲୀ ଗ୍ରାମର ଭୀମରାମ ବେଟ୍ଟୀଙ୍କ ପତ୍ନୀ ମାୟା ବେଟ୍ଟି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ କିପରି ମାୟାକୁ ମେଡିକାଲରେ ପହଞ୍ଚାଇବେ […]
ଯବାନଙ୍କ ପାଇଁ ମାୟାଙ୍କ କୋଳକୁ ଆସିଲା କୁନି ପରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial