ଆଜି ବର୍ଷର ସବୁଠାରୁ ଛୋଟ ଦିନ : ସୁନ୍ଦରଗଡ଼ରେ ଦିନର ଅବଧି ୧୦ ଘଣ୍ଟା ୪୭ ମିନିଟ

ସୁନ୍ଦରଗଡ଼ରେ ଦିନର ଅବଧି ୧୦ ଘଣ୍ଟା ୪୭ ମିନିଟ

ଭୁବନେଶ୍ୱର: କ୍ୟାଲେଣ୍ଡର ବର୍ଷ ୨୦୨୨ ଶେଷ ହେବାକୁ ଯାଉଛି। ଦୁଇ ଦିନ ପରେ ବଡ଼ଦିନ ଆସିବ। ଆଉ ମାତ୍ର ୯ ଦିନ ପରେ ୨୦୨୨ କ୍ୟାଲେଣ୍ଡର ଅଲୋଡା ହୋଇଯିବ। ବଡ଼ଦିନ ପୂର୍ବରୁ ଆଜି ବର୍ଷର ସବୁଠାରୁ ଛୋଟ ଦିନ ଆସିଛି। ତେଣୁ ସୂର୍ଯ୍ୟଙ୍କ ଅବସ୍ଥିତି କମ୍‌ ରହିଛି। ଛୋଟ ଦିନ ସଂପର୍କରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶାର ସୁନ୍ଦରଗଡ ଓ ମାଲକାନଗିରି ଠାରେ ଦିନର ଲମ୍ବ ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟି ଓ ୧୧ ଘଣ୍ଟା ୦୧ ମିନିଟି ହେବ। ଭୁବନେଶ୍ୱର ଠାରେ ଦିନର ଲମ୍ବା ମାତ୍ର ୧୦ ଘଣ୍ଟା ୫୪ ମିନିଟି ରହିବ। ଡିସେମ୍ବର ୨୨ ଓ ୨୩ ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟି ଓ ୧୧ ଘଣ୍ଟା ୩୯ ମିନିଟି ହେବ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ଵା ହୁଏ। ମାର୍ଚ୍ଚ ମାସ ବସନ୍ତର ଆଗମନକୁ ସୂଚାଇଥାଏ, ଦିନ ଓ ରାତିର ଅବଧୂ ପାଖାପାଖ୍ ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

Share Now:

Kalinga News Beuro

Next Post

ବନ୍ଧାହେଲେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା

Thu Dec 22 , 2022
ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାରା ଅଟକ ଥିବା କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ ହୋଇଛନ୍ତି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି। ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିବା ଗୟା ସାନ୍ତରାଙ୍କ ନାଁ ରେ ୧୩ଟି ପ୍ଲଟ ଓ ଆଲିସାନ ଫ୍ଲାଟ ଅଛି। ଏହାଛଡ଼ା ତାଙ୍କ ଘରୁ ନଗଦ କୋଟିଏ ୬ ଲକ୍ଷ ଟଙ୍କା ମିଳିଥିଲା।ତାଙ୍କ ଆକାଉଣ୍ଟରେ ରହିଛି ୪ କୋଟି […]
ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial