ନେପାଳ ବିମାନ ଦୁର୍ଘଟଣା: ଘଟଣାସ୍ଥଳରୁ ଉଦ୍ଧାର ହେଲା ୬୮ଜଣଙ୍କ ମୃତଦେହ

ନେପାଳ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ରବିବାର ଦିନ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସମେତ ମୋଟ ୭୨ଜଣ ଥିଲେ। ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୬୮ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ରିପୋର୍ଟ କରିଛି ନ୍ୟୁଜ୍ ଏଜେନ୍ସି ପିଟିଆଇ। ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ପୋଖରା ବିମାନବନ୍ଦରର ଏଟିସି କର୍ମଚାରୀଙ୍କ କହିବାନୁସାରେ, ପୋଖରା ରନୱେ ପୂର୍ବ-ପଶ୍ଚିମ ଦିଗରେ ନିର୍ମିତ ହୋଇଛି। ବିମାନର ପାଇଲଟ୍ ପ୍ରଥମେ ପୂର୍ବ ପାର୍ଶ୍ୱରୁ ଅବତରଣ କରିବାକୁ ଅନୁମତି ମାଗିଥିଲେ ଏବଂ ଅନୁମତି ଦିଆଯାଇଥିଲା। କିନ୍ତୁ ଅଳ୍ପ ସମୟ ପରେ ପାଇଲଟ୍ ପଶ୍ଚିମ ଦିଗରୁ ଅବତରଣ କରିବାକୁ ଅନୁମତି ମାଗିଥିଲେ ଏବଂ ପୁନର୍ବାର ତାଙ୍କୁ ଆମେ ଅନୁମତି ଦେଇଥିଲୁ। ହେଲେ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଥିଲା, ତେଣୁ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଆଜି ସକାଳେ ନେପାଳର କାଠମାଣ୍ଡୁର ପୋଖରା ଅଭିମୁଖେ ଯାତ୍ରା କରୁଥିବା ‘ୟେତି ଏୟାର୍‌ଲାଇନ୍‌’ର ଗୋଟାଏ ‘ଏଟିଆର୍‌୭୨’ ବିମାନ କାସ୍‌କି ଜିଲ୍ଲା ଅନ୍ତର୍ଗତ ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁରୁଣା ବିମାନ ବନ୍ଦର ଓ ପୋଖରା ଆନ୍ତର୍ଜାତିକ ବିମାନ ବନ୍ଦର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ସମୁଦାୟ ୬୮ଜଣ ଯାତ୍ରୀ ଓ ୪ଜଣ କ୍ରୁ’ ଥିଲେ।

Share Now:

Kalinga News Beuro

Next Post

ନୂଆ ଆତଙ୍କବାଦୀ ସଂଗଠନ ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ

Sun Jan 15 , 2023
ବେଙ୍ଗାଲୁରୁ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ୱାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି, ‘ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା […]
ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial