ଝାଡ଼ଖଣ୍ଡର ପାଲାମୁରେ ସାଂପ୍ରଦାୟିକ ଦଙ୍ଗା : ୬ ଆହତ

ଝାଡ଼ଖଣ୍ଡର ପାଲାମୁରେ ସାଂପ୍ରଦାୟିକ ଦଙ୍ଗା

ରାଞ୍ଚି : ଆଗକୁ ମହାଶିବରାତ୍ରୀ ଥିବାବେଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି। ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି। ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁସାରେ ଆସନ୍ତା ଶନିବାର ମହାଶିବରାତ୍ରୀ ପଡ଼ୁଥିବାବେଳେ ପାଲାମୁ ଜିଲ୍ଲାର ପାଙ୍କି ଟାଉନରେ ଶ୍ରଦ୍ଧାଳୁମାନେ ଏକ ତୋରଣ ଲଗାଉଥିଲେ। ତୋରଣଟି ମସଜିଦ ଛକଠାରୁ ୨୦୦ ମିଟର ଦୂରରେ ଅବସ୍ଥିତ ଥିଲା। ଏହି ସମୟରେ ଆଉ ଏକ ସଂପ୍ରଦାୟର ଲୋକମାନେ ତାହାର ବିରୋଧ କରିବା ସହ ତୋରଣ ଲଗାଉଥିବା ଲୋକମାନଙ୍କ ଉପରେ ପଥରମାଡ଼ କରିଥିଲେ। ଏହା ସହିତ ସେମାନେ ଶିବରାତ୍ରୀ ତୋରଣକୁ ବି ଭାଙ୍ଗି ଦେଇଥିଲେ। ଏହା ପରେ ସ୍ଥିତି ବିବାଦୀୟ ହେବା ସହ ଦୁଇପକ୍ଷର ଲୋକଙ୍କ ପକ୍ଷରୁ ପଥରମାଡ଼ କରାଯାଇଥିଲା। କେତେକ ଉତ୍ତ୍ୟକ୍ତ ଲୋକ ଆଖପାଖରେ ଥିବା କିଛି ବାଇକ ଭଙ୍ଗାରୁଜ୍ଜା କରିବା ସହ କେତେକ ଘରେ ନିଆଁ ଲଗାଇଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି। ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି। ଏହି ଦଙ୍ଗା ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ସ୍କୁଲରେ ୨୫-୩୦ ପିଲା ଫସି ରହିଥିଲେ। ପୁଲିସ ଏହି ଘଟଣାରେ ଉଭୟ ପକ୍ଷର କିଛି ଲୋକଙ୍କୁ ଅଟକ ରଖିଛି ଓ ପଚରାଉଚୁରା ଚଳାଇଛି ବୋଲି ପାଲାମୁ ଆଇଜି ରାଜକୁମାର ଲାକ୍ରା କହିଛନ୍ତି।

Share Now:

Kalinga News Beuro

Next Post

ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ନିଶ୍ଚିତ ହେବି : ଏଭଳି ଲେଖି ଜୀବନ ହାରିଲେ ଯୁବକ

Thu Feb 16 , 2023
ନୂଆଦିଲ୍ଲୀ: ମୁଁ ଏ ଜନ୍ମରେ ଦେଶର ଜଣେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ମୁଁ ନିଶ୍ଚିତ ଭାବରେ ଜଣେ ସୈନିକ ହେବି। ସେନା ପରୀକ୍ଷାରେ ବିଫଳ ହେବା ପରେ ଜଣେ ଯୁବକ ଏପରି ଲେଖି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ନୋଏଡାର ସେକ୍ଟର ୪୯ ପୁଲିସ ଷ୍ଟେସନ ଅଞ୍ଚଳର ବାରୁଲା ଗ୍ରାମରେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ […]
ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial