ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ଵରରେ ଜଣେ ଗିରଫ

ପାକିସ୍ତାନକୁ ଗୁପ୍ତ ତଥ୍ୟ

ବାଲେଶ୍ଵର: ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି। ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ବାଲେଶ୍ଵର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି। ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।
ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ଵର ଏସ୍‌ପି ସାଗରିକା ନାଥ କହିଛନ୍ତି, ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ ରହିଛି। ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସିର ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସଂପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ସେ ରାଓଲପିଣ୍ଡିରେ ଥିବା ବ୍ୟକ୍ତିଙ୍କୁ ତଥ୍ୟ ଲିକ୍ କରିଥିଲା। ହ୍ଵାଟ୍ସଆପ ମାଧ୍ୟମରେ ମେସେଜ୍‌, ଫଟୋ ଓ ଭିଡିଓ ଦେଉଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି। ଆଗକୁ ପଚରାଉଚରା ଚାଲିବ, ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share Now:

Kalinga News Beuro

Next Post

ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’

Fri Feb 24 , 2023
ସୁନ୍ଦରଗଡ଼: ‘ଗେଣ୍ଡୁ ଫୁଲ ଚାଷ’ ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ପାଇଲଟ୍‌ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ କରାଯାଇଛି। ଏଥିରେ ୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟା ସାମିଲ ଅଛନ୍ତି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ‘‘ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ […]
ମିଶନ ଶକ୍ତିର ମା’ମାନଙ୍କ ‘ଗେଣ୍ଡୁ ଫୁଲ ଚାଷ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial