ରାଜ୍ୟରେ ବଢୁଛି ଅପରାଧ : ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ରାଜ୍ୟରେ ବଢୁଛି ଅପରାଧ

ଭୁବନେଶ୍ୱର: ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଅପରାଧ ବଢିଛି। ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା। କୁସୁମ ପ୍ରଶ୍ନ କରିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ଥାନାଗୁଡିକରେ କେତୋଟି ମାମଲା ରୁଜୁ ହୋଇଛି ଓ ରାଜ୍ୟର ପୁଲିସ କର୍ମଚାରୀଙ୍କର ଶେଷ ଥର ପାଇଁ କେବେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା ? ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ରେ ବିଭିନ୍ନ ଥାନାରେ ୧ଲକ୍ଷ ୭ହଜାର୪୦୮ଟି ମାମଲା ପଂଜିକୃତ ହୋଇଥିବାବେଳେ ୨୦୧୯ରେ ୧ଲକ୍ଷ ୨୧ହଜାର ୫୨୫ଟି, ୨୦୨୦ରେ ୧ଲକ୍ଷ ୩୪ହଜାର ୨୩୦ଟି, ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ଟି ଓ ୨୦୨୨ରେ ୧ଲକ୍ଷ ୭୮ହଜାର ୧୯୦ ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୨୦୨୦ ମସିହାରେ ସର୍ବାଧିକ ହତ୍ୟା(୧୪୭୦) ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ସର୍ବାଧିକ ଡକାୟତି(୬୨୬), ୨୦୨୧ରେ ସର୍ବାଧିକ ଦୁଷ୍କର୍ମ(୩୩୨୭) ମାମଲା ରୁଜୁ ହୋଇଛି। ୪୦ ବର୍ଷ ବୟସରୁ ଅଧିକ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

Share Now:

Kalinga News Beuro

Next Post

ଡେବ୍ୟୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଗଲା ନିର୍ଦ୍ଦେଶକଙ୍କ ଜୀବନ

Mon Feb 27 , 2023
ନୂଆଦିଲ୍ଲୀ: ଡେବ୍ୟୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଗଲା ନିର୍ଦ୍ଦେଶକଙ୍କ ଜୀବନ। ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ଜୋସେଫ୍ ମନୁ ଜେମ୍ସଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କ ମାତ୍ର ୩୧ବର୍ଷ ବୟସ ହୋଇଥିଲା। ଫେବୃଆରୀ ୨୪ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପ୍ରଥମ କରି ‌ସେ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ‘ନାନସୀ ରାନୀ’ ଆଗକୁ ରିଲିଜ୍ ହେବାକୁ ଥିବା ବେଳେ ଏହା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି। ହେପାଟାଇଟିସ୍ ରୋଗରେ […]
ରିଲିଜ ହେବା ପୂର୍ବରୁ ଗଲା ନିର୍ଦ୍ଦେଶକଙ୍କ ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial