ଦୁର୍ନୀତି ସଂକ୍ରାନ୍ତରେ ଜେରା କରୁଛି ‘ସିବିଆଇ’ : ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ

ସିବିଆଇ ଜେରା

ପାଟନା: ଆଜି ‘ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରିଥିଲେ। ଏଥିସହିତ ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ୪ ଘଣ୍ଟା ଧରି ଜେରା ବି କରିଥିଲେ। ଏହି ମାମଲାରେ ସ୍ୱାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରାବ୍‌ଡ଼ୀ ଦେବୀ ଅନ୍ୟତମ। ସୂଚନା ଅନୁସାରେ, ସିବିଆଇର ୧୨ଜଣ ସଦସ୍ୟ ଥିବା ଟିମ ରାବ୍‌ଡ଼ୀଙ୍କୁ ‘ଇଣ୍ଡିଆନ୍‌ ରେଲ୍‌ୱେ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌’ (ଆଇଆର୍‌ସିଟିସି) ଦୁର୍ନୀତି ମାମଲାରେ ପଚରା ଉଚରା କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପାଟନାସ୍ଥିତ ରାବ୍‌ଡ଼ୀଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଘରେ ପଚରାଉଚରା ପରେ ଅଧିକ ଜେରା ପାଇଁ ତାଙ୍କୁ ‘ସିବିଆଇ’ କାର୍ଯ୍ୟାଳୟକୁ ଡକାଯାଇ ପାରେ ବୋଲି କୁହାଯାଉଛି। ତେବେ ୪ଘଣ୍ଟା ଜେରା ପରେ ସିବିଆଇର ଦଳ ବାହାରକୁ ବାହାରି ଆସିଥିଲେ।
ସିବିଆଇ ଜେରା ସମାପ୍ତ ହେବା ପରେ ରାବ୍‌ଡ଼ୀ ଦେବୀ ସଙ୍ଗେସଙ୍ଗେ ବିଧାନ ପରିଷଦ ଅଭିମୁଖେ ବାହାରି ଯାଇଥିଲେ। ଏହି ସମୟରେ ଯେତେବେଳେ ରାବ୍‌ଡ଼ୀଙ୍କୁ ପଚରା ଯାଇଥିଲା କି ସିବିଆଇ ଟିମ ଆପଣଙ୍କ ଘରକୁ ଯାଇଥିଲେ। ଏଥିରେ ରାବ୍‌ଡ଼ୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରାଗି ଯାଇଥି‌ଲେ। ଏ ପ୍ରଶ୍ନକୁ ନେଇ ରାବ୍‌ଡ଼ୀ ଚାଞ୍ଚଲ୍ୟ କର ପ୍ରତିକ୍ରିୟା ‌ଦେଇ କହିଥିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ, ଆମ ଘରକୁ ସିବିଆଇ ଦଳଙ୍କ ଆସିବା ଯିବା ଲାଗି ରହିଥାଏ।’ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ ବେଳେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ରାଜ୍ୟ ବନ ଓ ପରିବେଶ ମନ୍ତ୍ରୀ ତେଜପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା, ଯାଦବ ପରିବାରର ଓକିଲମାନେ ବି ରାବ୍‌ଡ଼ୀ ଦେବୀଙ୍କ ବାସଭବନରେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ପ୍ଲଟିଂ ହେଉଛି ସରକାରୀ ଜମି : ଏକରକୁ କୋଟିଏ,ଘର ବି ମିଳୁଛି

Mon Mar 6 , 2023
ପ୍ଲଟିଂ ହେଉଛି ସରକାରୀ ଜମି ଭୁବନେଶ୍ୱର: ସରକାରୀ ଜମି ପ୍ଲଟିଂ ଚାଲିଛି। ଦର ରହିଛି ଏକରକୁ କୋଟିଏ। ଭୁବନେଶ୍ୱରରେ ଏହି ଜମିକୁ କିଣିବାକୁ ହେଲେ ଅତି କମ୍‌ରେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ୫ ଭାଗରୁ ଭାଗେ ମୂଲ୍ୟରେ ଜମି ମିଳୁଥିବାରୁ ଗ୍ରାହକ ଖୋଜିବାକୁ ପଡ଼ୁନି। ବଡ଼ ବଡ଼ ପ୍ଲଟ୍‌କୁ ଛୋଟ ଛୋଟ କରି ଶସ୍ତାରେ ବିକ୍ରି କରି ଦେଉଥିବାରୁ ଗ୍ରାହକ ଖୋଜିବାକୁ ପଡ଼ୁନି। ଆପଣାଛାଏଁ […]
ପ୍ଲଟିଂ ହେଉଛି ସରକାରୀ ଜମି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial