ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ଜାତିଭିତ୍ତିକ ଜନଗଣନା

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ଏପ୍ରିଲ୍‌ ୧୬ ତାରିଖ ଦିନ ଲିଖିତ ଉକ୍ତ ଚିଠିରେ ଖଡ୍‌ଗେ ମଧ୍ୟ ଦର୍ଶାଇଛନ୍ତି ଯେ, ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ୨୦୨୧ରେ ହେବା କଥା, କିନ୍ତୁ ତାହା ଏଯାବତ୍‌ ‌ହୋଇନାହିଁ। ଏହାଛଡ଼ା, ସଦ୍ୟତମ ଜାତିଭିତ୍ତିକ ଜନଗଣନାର ନିର୍ଭରଯୋଗ୍ୟ ‘ଡାଟାବେସ୍‌’ ନ ଥିବାରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ। ବିଶେଷକରି, ‘ଅନ୍ୟାନ୍ୟ ପଛୁଆ ବର୍ଗ’ଙ୍କ ନିମେନ୍ତ ଅସୁବିଧା ହେଉଛି।
ଚିଠିରେ ସେ ଆହୁରି ମଧ୍ୟ କହିଛନ୍ତି, ଜାତୀୟ କଂଗ୍ରେସର ଦାବି ଅନୁସାରେ, ସଦ୍ୟତମ ଜାତିଭିତ୍ତିକ ଜନଗଣନା ରେକର୍ଡ ଉପସ୍ଥାପନ ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ଚିଠି ଲେଖୁଛି। ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନଙ୍କ ପରି ଆଗରୁ ଅନେକ ଥର ମୁଁ ଏବଂ ମୋର ସହଯୋଗୀମାନେ ସଂସଦର ଉଭୟ ଗୃହରେ ଏହି ଦାବି ଉତ୍ଥାପନ କରିଛୁ। ୨୦୧୧-୧୨ରେ ୨୫ କୋଟି ପରିବାରକୁ ଅନ୍ତର୍ଭୁକ୍ତ କରି ପ୍ରଥମ ଥର ପାଇଁ ‘ଉପା’ ସରକାର ‘ସାମାଜିକ ଆର୍ଥିକ ଓ ଜାତି ଜନଗଣନା’ (ଏସ୍‌ଇସିସି) କରିଥିଲା। ମେ ୨୦୧୪ରେ ଆପଣଙ୍କ ସରକାର କ୍ଷମତାସୀନ ହେବା ପରେ କଂଗ୍ରେସ ଏବଂ ଅନ୍ୟ ସାଂସଦମାନେ ଦାବି କଲେ ସୁଦ୍ଧା ବିଭିନ୍ନ କାରଣରୁ ଉକ୍ତ ଜାତିଗତ ତଥ୍ୟ ପ୍ରକାଶ ପାଇଲା ନାହିଁ। ତେଣୁ, ତୁରନ୍ତ ଜାତିଭିତ୍ତିକ ଜନଗଣନା କରାଯିବା ଉଚିତ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ଆସିଲା ଅତିକ ଓ ଅସରଫର ବ୍ୟବଚ୍ଛେଦ ରିପୋର୍ଟ

Mon Apr 17 , 2023
ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଭାଇ ଅସରଫ ଦୁଇଭାଇଙ୍କୁ ପୁଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ତାଙ୍କ ଉପରକୁ ୩ଜଣ ଯୁବକ ଆଖିବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଅତିକ ଓ ଅସରଫଙ୍କ ମୃତ୍ୟୁ ହୋଇଯାଇଥିଲା। ଶନିବାର ଦୁଇଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ରବିବାର ଦୁହିଁଙ୍କୁ କବର ଦିଆଯାଇଥିଲା। ଆଜି ସୋମବାର ଏପ୍ରିଲ ୧୭ ତାରିଖରେ ଦୁହିଁଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି।ବ୍ୟବଚ୍ଛେଦ ରିପୋର୍ଟରେ […]
ଅତିକ ଓ ଅସରଫର ବ୍ୟବଚ୍ଛେଦ ରିପୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial