ଉପକାରୀ ବିୟର୍‌ ! ହ୍ରାସ କରେ ଓଜନ, କ୍ୟାନ୍‌ସର୍‌ ଆଶଙ୍କା କମ୍‌ କରେ

ନୂଆଦିଲ୍ଲୀ: ବିୟର୍‌ ପିଇବା ଶରୀର ପକ୍ଷେ କ୍ଷତିକାରକ, ଏକଥା ଆମେ ସମସ୍ତେ ଜାଣନ୍ତି। ଡାକ୍ତରମାନେ ମଧ୍ୟ ମଦ ଭଳି କୌଣସି ନିଶା ଦ୍ରବ୍ୟ ସେବନ କରିବାକୁ ମନା କରନ୍ତି। କିନ୍ତୁ ବିଅର୍‌ର କେତେଗୁଡ଼ିଏ ଭଲ ଗୁଣ ରହିଛି, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସହାଯ୍ୟ କରେ। ବିଜ୍ଞାନୀମାନେ ବିୟର୍‌ରୁ ଅନେକ ଗୁଣ ଖୋଜି ପାଇଛନ୍ତି। ଆସନ୍ତୁ ସେସବୁ ଜାଣିବା।

୧. ବିୟର୍‌ ହାର୍ଟ୍‌ ପାଇଁ ଭଲ: ଗବେଷଣା କହୁଛି, ବିୟର୍‌ ପିଇଲେ କରୋନାରୀ ହାର୍ଟ୍‌ ରୋଗ ଭଲ ହୋଇଥାଏ। କାରଣ ବିୟର୍‌ରେ ଥିବେ ଉପାଦାନ ରକ୍ତକୁ ଧମନୀରେ ଜମା ହେବାକୁ ଦିଏ ନାହିଁ। ଯାହା କରୋନାରୀ ହାର୍ଟର ରୋଗର ମୁଖ୍ୟ କାରଣ। ୨. ମୋଟାପଣ ଦୂର କରେ: ଅରେଗନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ଏକ ଗବେଷଣା ଅନୁସାରେ, ବିୟର୍‌ରେ ଜାନ୍ଥୋହ୍ୟୁମଲ୍‌ ନାମକ ଏକ କ୍ୟାମିକଲ୍‌ ଫ୍ଲେଭୋନଏଡ୍‌ ଥାଏ। ଯାହା ଶରୀରର କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ କରିବା ଓ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ୩. ଧମନୀକୁ ସୁରକ୍ଷା ଦିଏ: ବିୟର୍‌ ଶରୀରରେ ଲିପୋପ୍ରୋଟିନ୍‌ ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରେ। ଏହାଦ୍ୱାରା ଧମନୀରେ କୌଣସି ପ୍ରକାର ପଟ୍ଟିକା ପା ପରଳ ପଡ଼େ ନାହିଁ। ଧମନୀ ପରିଷ୍କାର ରହେ। ବିୟର୍‌ ଶରୀରରେ ଖରାପ୍‌ କୋଲେଷ୍ଟ୍ରଲ୍‌ ମାତ୍ରା କମାଇଥାଏ। ୪. କ୍ୟାନସର ଆଶଙ୍କା କମ୍‌ କରେ: ବିୟର୍‌ରେ ଥିବା ଜାନ୍ଥୋହ୍ୟୁମଲ୍‌ ଆଣ୍ଟିଅକ୍ସିଡେଣ୍ଟ୍ ଶରୀରରେ କ୍ୟାନ୍‌ସର୍‌ ଜୀବାଣୁ ପ୍ରତିରୋଧ କରେ। ୫. ମାନସିକ ସୁସ୍ଥ ରଖେ: ଗବେଷଣାରୁ ଜଣା ପଡ଼ିଛି ଯେ, ବିୟର୍‌ ପାର୍କି‌ନ୍‌ସନ୍‌ ଓ ଆଲ୍‌ଜାଇମର୍‌ ଭଳି ରୋଗଗୁଡ଼ିକରୁ ସୁରକ୍ଷା ଦିଏ। ବିୟର୍‌ ଶରୀରରେ ଡୋପାମାଇନ୍‌ରମା ମାତ୍ରା ବଢ଼ାଇଥାଏ। ଫଳରେ ଶରୀର ଆଶ୍ୱସ୍ତ ଅନୁଭବ କରିଥାଏ। ୬. ଦୃଷ୍ଟିଶକ୍ତି ବଢ଼ାଏ: ବିୟର୍‌ରେ ଥିବା ଅନ୍‌ଯାଇମ୍‌ସ ଓ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଖିକୁ ମାଇଟୋକୋଣ୍ଡ୍ରିୟାଲ୍‌ ଡ୍ୟାମେଜ୍‌ରୁ ସୁରକ୍ଷା ଦେଇଥାଏ। ୟୁନିଭର୍ସିଟି ଅଫ୍‌ ୱେଷ୍ଟର୍ଣ୍ଣ ଓଣ୍ଟାରିଓର ଏକ ଗବେଷଣା ଅନୁସାରେ ବିୟର୍‌ ଆଖିରେ ମୋତିଆ ବିନ୍ଦୁ ହେବାର ଆଶଙ୍କାକୁ କମ୍ କରିଥାଏ। ୭. ମଧୁମେହ ଆଶଙ୍କା କମ୍‌ ଥାଏ: ବିୟର୍‌ ପିଇବା ଦ୍ୱାରା ମଧୁମେହ ରୋଗର ଆଶଙ୍କା କମ୍‌ ଥାଏ। ବିୟର୍‌କୁ ନେଇ ହାୱର୍ଡ ୟୁନିଭର୍ସିଟି କରିଥିବା ଏକ ଗବେଷଣାରୁ ଏପରି ତଥ୍ୟ ଆବିଷ୍କାର ହୋଇଛି। ୮. କିଡ୍‌ନୀ ଷ୍ଟୋନ୍‌ ଆଶଙ୍କା କମ୍‌ ଥାଏ: ବିୟର୍‌ରେ ଥିବା ପୋଟାସିୟମ୍‌ ଓ ମାଗ୍ନେସିୟମ୍‌ କିଡ୍‌ନୀରେ ଷ୍ଟୋନ୍‌ ହେବାରୁ ସୁରକ୍ଷା ଦେଇଥାଏ। ଏଥିସହିତ ବିୟର୍‌ରେ ୧୦ ପ୍ରତିଶତ ଜଳ ଥାଏ। ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ବିୟର୍‌ ପିଇବା ଦ୍ୱାରା କିଡ୍‌ନୀରେ ଷ୍ଟୋନ୍‌ ୪୦ ପ୍ରତିଶତ କମ୍‌ ହୋଇଯାଏ। ୯. ଅସ୍ଥି ମଜବୁତ ହୁଏ: ବିୟର୍‌ରେ ପ୍ରଚୁର ପରିମାଣରେ ସିଲିକନ୍‌ ଥାଏ। ଏହି ସିଲିକନ୍‌ ମଣିଷର ଅସ୍ଥି ମଜବୁତ୍‌ କରିଥାଏ। ଏହାଦ୍ୱାରା ଅଷ୍ଟିଓପୋରୋସିସ୍‌ ରୋଗ ହେବାର ଆଶଙ୍କା କମ୍‌ ହୋଇଯାଏ। ୧୦.ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ: ବିୟର୍‌ ପିଇବା ଦ୍ୱାରା ପରିସ୍ରା ପରିମାଣ ବଢ଼ିଯାଏ। ଆଉ ପରିସ୍ରାରେ ଶରୀର ବିଷାକ୍ତ ପଦାର୍ଥ ବାହାରକୁ ଚାଲିଯାଇଥାଏ। ଏଣୁ ଏହା ଶରୀର ପାଇଁ ଲାଭଦାୟକ।

ଏଥିସହିତ ବିୟର୍‌ରେ ଆହୁରି ଅନେକ ପ୍ରକାର ଉପକାରୀ ଉପାଦାନ ରହିଥାଏ। ଯାହା ଶରୀରକୁ ସୁରକ୍ଷା ଦିଏ। ଏଥିରେ ଥିବା ଭିଟାମିନ୍‌ ‘B6’ ହାର୍ଟ ରୋଗରୁ ସୁରକ୍ଷା ଦେଇଥିବା ବେଳେ ଲାକ୍ଟୋଫ୍ଲାଭିନ୍‌ ଓ ନିକୋଟିନିକ୍‌ ଭଳି ଏସିଡି ନିଦ ବଢ଼ାଇଥାଏ। ଏଥିସହିତ ଚର୍ମ ଓ କେଶ ଉପରେ ଉତ୍ତମ ପ୍ରଭାବ ପକାଏ। ଏପରି ଅନେକ ଭଲଗୁଣ ବିୟର୍‌ରେ ରହିଛି। କିନ୍ତୁ ଖାଦ୍ୟ ହେଉ କି ପାନୀୟ, ଶରୀର ଆବଶ୍ୟକ ଅନୁସାରେ ଗ୍ରହଣ କରେ। ଆବଶ୍ୟକଠାରୁ ଅଧିକ ହେଲେ, ଶରୀରରେ ଏହା ବିଭିନ୍ନ ରୋଗ ସୃଷ୍ଟି କରିବା ସହିତ ମୃତ୍ୟୁର କାରଣ ହୋଇଥାଏ।

Share Now:

Kalinga News Beuro

Leave a Reply

Next Post

ପରେଡ୍‌ ଅଭ୍ୟାସ ପାଇଁ ଟ୍ରାଫିକ୍‌ କଟକଣା : ଆଇନ୍‌ ଉଲ୍ଲଂଘନ କଲେ ଜରିମାନା

Tue Aug 7 , 2018
ଭୁବନେଶ୍ୱର : ସ୍ୱାଧୀନତା ଦବିସ ଉପଲକ୍ଷେ ଆସନ୍ତା ୧୫ ତାରିଖ ସକାଳ ସାଢ଼େ ୬ଟା ସମୟରେ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ଅନୁଷ୍ଠିତ ହେବ। ଏଥିପାଇଁ ୧୧ ଓ ୧୨ ତାରିଖ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏବଂ ୧୩ ତାରିଖ ସକାଳ ୭ଟାରୁ ପୂର୍ବାହ୍ଣ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ କରାଯିବ। ତେଣୁ ଏହି ସମୟରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial