ବାହାନଗା ରେଳ ଦୁର୍ଘଟଣା : ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଆଉ ମୃତକଙ୍କ ସଂଖ୍ୟା ନ ବଢ଼ୁ-ମନ୍ତ୍ରୀ ଟୁକୁନି ସାହୁ

ଟ୍ରେନ୍‌ ଦୁର୍ଘଟଣା

କଟକ: ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାର ସାମ୍ନା କରି ପ୍ରାୟ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନା ସମେତ ବାଲେଶ୍ଵର ମେଡିକାଲ କଲେଜ, ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସେ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସରକାରୀସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ବେଡ଼ ସଂଖ୍ୟା ମଧ୍ୟ ବଢ଼ା ଯିବ ବୋଲି କହିଛନ୍ତି। ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଆଉ ମୃତକଙ୍କ ସଂଖ୍ୟା ନ ବଢ଼ୁ।
ସେହିପରି ଏସସିବି ମେଡିକାଲରେ ଆହତଙ୍କୁ ଭେଟିବା ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି। ଏହି ଘଟଣା ଦେଖିଲା ପରେ ଲାଗୁଛି ଆଜିକା ଯୁଗର ଟ୍ରେନ ଯାତ୍ରା ବି ସୁରକ୍ଷିତ ନୁହେଁ। ଏସିଡ ସିଷ୍ଟମ୍ ଅର୍ଥାତ୍ ଆଣ୍ଟି କଲିସନ୍ ଡିଭାଇସ୍ ଥିଲେ ସମାନ ଟ୍ରାକ୍‌ରେ ଆଉ କିଛି ଟ୍ରେନ ଥିଲେ ତାହା ଆଗରୁ ସତର୍କ କରାଇ ଟ୍ରେନର ଗତିକୁ ଧୀର କରାଇବ। କେନ୍ଦ୍ର ସରକାରଙ୍କୁ ନିବେଦନ ରହିବ ଅଟୋମେଶନ ଯୁଗରେ ଏଭଳି ତ୍ରୁଟି କେମିତି ନ ହେବ ସେ ନେଇ ନଜର ଦେବେ। ଏହି ଘଟଣା ନିହାତି ତଦନ୍ତ ସାପେକ୍ଷ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Share Now:

Kalinga News Beuro

Next Post

ବାହାନଗା ରେଳ ଦୁର୍ଘଟଣା: ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

Sat Jun 3 , 2023
ଉଦ୍ଧାର କାର୍ଯ୍ୟରେ ସହଯୋଗ ଲାଗି ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଲେ ନବୀନ ପଟ୍ଟନାୟକ ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦ ଟ୍ରେନ୍ ଦୁର୍ଘଟଣା। ମୋତେ ସ୍ଥାନୀୟ ଦଳ, ସ୍ଥାନୀୟ ଲୋକ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଯେଉଁମାନେ ଲୋକଙ୍କୁ ରକ୍ଷା କରିବା ପାଇଁ ରାତାରାତି କାର୍ଯ୍ୟ କରିଛନ୍ତି। […]
ବାହାନଗା ରେଳ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial