ନୂଆ ପାର୍ଲାମେଣ୍ଟ୍‌ କାନ୍ଥରେ ଅଙ୍କିତ ଚିତ୍ର ବିଷୟରେ କୈଫିୟତ୍‌ ମାଗିଲା ବାଂଲାଦେଶ

କୈଫିୟତ୍‌ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ: ନେପାଳ ଓ ପାକିସ୍ତାନ ପରେ ଏବେ ବାଂଲାଦେଶ ନୂଆ ପାର୍ଲାମେଣ୍ଟ୍‌ କାନ୍ଥରେ ଅଙ୍କିତ ମାନଚିତ୍ର ବିଷୟରେ ବାଂଲାଦେଶ ମଧ୍ୟ କୈଫିୟତ ଲୋଡ଼ିଛି। ଏ ସଂକ୍ରାନ୍ତରେ କୈଫିୟତ ମାଗିବା ପାଇଁ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହାରିଆର୍‌ ଆଲାମ୍‌ ନୂଆଦିଲ୍ଲୀସ୍ଥିତ ବାଂ‌ଲାଦେଶୀ ମିସନ୍‌କୁ କହିଛନ୍ତି। ନୂଆ ପାର୍ଲାମେଣ୍ଟ୍‌ରେ କାନ୍ଥରେ ଅଙ୍କିତ ପ୍ରାଚୀର ଚିତ୍ର ଯୋଗୁଁ ପଡ଼ୋଶୀ ରାଷ୍ଟ୍ରମାନେ କରିଥିବା ଆପତ୍ତି ଉପରେ ଭାରତ ଗୁରୁତ୍ବ ଦେଉନାହିଁ। ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ, ଏହି କଳାକୃତି ସମ୍ରାଟ ଅଶୋକଙ୍କ ରାଜ୍ୟର ସୀମା ସରହଦ ବିଷୟରେ ବର୍ଣ୍ଣନା କରୁଛି। କିନ୍ତୁ, ସୋମବାର ଦିନ ଢାକାସ୍ଥିତ ବୈଦେଶିକ ମନ୍ତ୍ରାଳୟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଆଲାମ୍‌ କହିଛନ୍ତି, ଉକ୍ତ ପ୍ରାଚୀର ଚିତ୍ର ସହିତ ରାଜନୀତିର କୌଣସି ସମ୍ପର୍କ ନାହିଁ। ଏ ବିଷୟରେ ବିଭ୍ରାନ୍ତ ହେବାର ମଧ୍ୟ କୌଣସି କାରଣ ନାହିଁ। ଔପଚାରିକ କୈଫିୟତ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଆଲୋଚନା କରିବା ଲାଗି ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ମିସନ୍‌କୁ କୁହାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ଏହି ପ୍ରାଚୀର ଚିତ୍ର ଅଶୋକଙ୍କ ସାମ୍ରାଜ୍ୟର। ଏହା ଖ୍ରୀଷ୍ଟ ଜନ୍ମ ହେବାର ୩୦୦ ବର୍ଷ ପୂର୍ବର କଥା। ଭାରତର କୌଣସି ଅଧିକାରୀ କିମ୍ବା ବାଂଲାଦେଶ ମିସନ୍‌ର କୌଣସି ଅଧିକାରୀ ଏ ବିଷୟରେ କ‌ୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

Share Now:

Kalinga News Beuro

Next Post

ବିଜାପୁରରେ ଯବାନ ଓ ମାଓବାଦୀ ମୁହାଁମୁହିଁ

Wed Jun 7 , 2023
ବିଜାପୁର: ଛତିଶଗଡର ବିଜାପୁର ସୁକୁମା ସୀମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମୁର୍କାପାଲ ଜଙ୍ଗଲରେ କୋବ୍ରା ଯାବାନ ଓ ଏସଟିଏଫ ଯବାନଙ୍କ ସହ ମାଓବାଦୀଙ୍କ ପ୍ଲାଟୁନ ନଂ-୧ର ଏହି ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଦୀର୍ଘ ଦୁଇ ଘଣ୍ଟା ଧରି ଗୁଳି ଓ ବୋମା ଶବ୍ଦରେ ଅଞ୍ଚଳ ଥରହର ହୋଇ ଉଠିଥିଲା। ତେବେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଥିବା ଜାଣିବାକୁ ମିଳିଛି। ଯବାନମାନଙ୍କ ପକ୍ଷରୁ କାହାରି କୌଣସି […]
ବିଜାପୁରରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial