ରାଜ୍ୟ ମାନିବ କି ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନ୍‌, ଏହି ସ୍ୱାଧୀନତା ଦିବସରେ କରିବ କି ପ୍ଲାଷ୍ଟିକ୍‌ ବଦଳରେ କାଗଜ ପତାକା ବ୍ୟବହାର?

ଭୁବନେଶ୍ୱର:ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ଉପରେ ରୋକ ଲଗାଇବେ ସରକାର। ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହେବ। ତେବେ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିବ କି ନାହିଁ ସେନେଇ କୌଣସି ସୂଚନା ବର୍ତ୍ତମାନ ସମୟରେ ମିଳିପାରିନାହିଁ। ତିନି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲକୁ ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ନଉଡ଼ାଇବା ପାଇଁ ଏକ ଚିଠି ଲେଖିଥିଲା। ତେବେ ଏହା ପରେ ଓଡ଼ିଶାରେ ପ୍ଲାଷ୍ଟିକ ପତାକା ଉଡ଼ିବ କି ନାହିଁ ତାହା ଜଣାପଡିନାହିଁ। କାରଣ ଅନେକ ଦୋକାନରେ ଏବେ ବି ପ୍ଲାଷ୍ଟିକ ପତାତା ଉଡୁଥିବା ଦେଖାଯାଉଛି। ଜାତୀୟ ସ୍ତରର ଏକ ରିପୋର୍ଟ ଅନୁସାରେ ଭାରତରେ ସର୍ବାଧିକ ପ୍ଲାଷ୍ଟିକ ପତାକା ବିକ୍ରି ହେଉଛି। ତେଣୁ ଚଳିତ ଥର ମଧ୍ୟ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିପାରେ। ଯଦି ଏପରି ହୁଏ ତେବେ ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନର ଅବମାନନା ହୋଇପାରେ। ୨୦୧୫ରେ ଦେଶରେ ପ୍ଲାଷ୍ଟିକ ପତାକା ବିକ୍ରି କରାଯିବା ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମ କି କୌଣସି ରାଜ୍ୟ ମାନି ନଥିବା ଦେଖାଦେଇଛି। ତେଣୁ କେନ୍ଦ୍ର ସରକାର ପୁଣି ଥରେ ଏହା ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି। ତେବେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କାଗଜ ପତାକା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟରେ ଏହାକୁ ବ୍ୟାନ କରାଯିବ କି ନାହିଁ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି।

Share Now:

Kalinga News Beuro

Leave a Reply

Next Post

ଟ୍ରାଫିକ୍‌ କନ୍‌ଷ୍ଟେବଳଙ୍କ ଦାଦାଗିରି: ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଡାକ୍ତରଙ୍କୁ ମାଡ଼

Sun Aug 12 , 2018
ଅନୁଗୋଳ: ଅନୁଗୋଳ ସହର ସ୍ଥିତ ଥାନା ଛକରେ ଟ୍ରାଫିକ କନଷ୍ଟେବଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ହେଲମେଟ୍‌ ଚେକିଂ ବେଳେ ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଜଣଙ୍କ ହେଲେ କମଳକାନ୍ତ ଜେନା।  ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଇଏନ୍‌ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତଙ୍କୁ ଟ୍ରାଫିକ୍‌ ପୁଲିସ୍‌ ଅଟକାଇ ଥିଲେ। ସେ ହେଲମେଟ୍ ପିନ୍ଧି […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial