ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ଆଇଭରମେଟିନ ବଟିକା : ଅଗଷ୍ଟ ୧୦ରୁ ଆରମ୍ଭ ହେବ ଅଭିଯାନ

ରାଜ୍ୟରେ ଫାଇଲେରିଆ ନିରାକରଣ

ଭୁବନେଶ୍ୱର: ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଫାଇଲେରିଆ ରୋଗ ନିରାକରଣ ପାଇଁ ଆଇଭରମେଟିନ ବଟିକା ଦିଆଯିବ। ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ସାମୁହିକ ଔଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬୫ ହଜାର ୬୬୬ ଡ୍ରଗ୍ ଅଫିସର ନିୟୋଜିତ ହେବେ। ୧୦ ଦିନ ଭିତରେ ସମସ୍ତଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ରଖାଯାଇଛି। ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ଭିତରେ ଶିଶୁ ଜନ୍ମ କରିଥିବା ମାଆ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଔଷଧ ଦିଆଯିବନି। ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀ ଘରକୁ ଘର ବୁଲି ଲୋକଙ୍କୁ ଏହି ଔଷଧ ଖୁଆଇବେ।
ସୂଚନା ଥାଉକି, ଏବେ ରାଜ୍ୟର ୯ ଜିଲ୍ଲା ଫାଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ, କ୍ରୁମି ପାଇଁ ଦିଆଯାଉଥିବା ଏହି ବଟିକା କୋଭିଡ ସମୟରେ ନିରାକରଣ ପାଇଁ ବ୍ୟବହାର ହୋଇ ଚର୍ଚ୍ଚାକୁ ଆସିଥିଲା। ପୂର୍ବରୁ ଫାଇଲେରିଆ ପାଇଁ ଆଲବେନଡାଜୋଲ ଓ ଡିଇସି ବଟିକା ଦିଆ ଯାଉଥିବା ବେଳେ ଏବେ ଏହା ସହ ଆଇଭରମେଟିନ ମଧ୍ୟ ଦିଆଯିବ।

Share Now:

Kalinga News Beuro

Next Post

ଲଦାଖରେ ଶାନ୍ତି ରଖ, ସଂପର୍କ ସୁଧୁରିବ : ଡୋଭାଲ୍

Tue Jul 25 , 2023
ଜୋହାନ୍ସବର୍ଗ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚୀନର ନବ ନିଯୁକ୍ତ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାକୁ ହେଲେ ଲଦାଖ ଭଳି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଅଣାଯିବା ଉଚିତ୍ ବୋଲି ଡୋଭାଲ ଏହି ଅବସରରେ ୟିଙ୍କୁ ଜଣାଇଛନ୍ତି। ଜୋହାନେସବର୍ଗରେ ‘ଫ୍ରେଣ୍ଡସ୍ ଅଫ୍ ବ୍ରିକ୍ସ’ ବୈଠକ ଅବସରରେ ଅଜିତ […]
ଲଦାଖରେ ଶାନ୍ତି ରଖ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial