କୃମି ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି

କୃମି ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗୁଡ଼ିଖାଳ ବନବିହାରୀ ଲାଲ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାରୁ ପ୍ରକାଶ ଗୁରୁବାର ବିଦ୍ୟାଳୟରେ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା। ଉକ୍ତ ବଟିକା ଖାଇବା ପରେ ବିଦ୍ୟାଳୟର ଏକାଧିକ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା। ଆଉ କିଛି ଛାତ୍ରୀଙ୍କ ପେଟ ଯନ୍ତ୍ରଣା ସହିତ ବାନ୍ତି ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବସ୍ତାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାତ୍ରଛାତ୍ରୀ ଚେତା ଶୂନ୍ୟ ହୋଇଥିବା ବେଳେ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଔଷଧ ସହିତ ସାଲାଇନ ଦେଇଥିବା ଦେଇଥିଲେ। ପ୍ରଥମେ ଗୁଡିଖାଳ ଅଞ୍ଚଳର ନିତ୍ୟାନନ୍ଦ ସାହୁଙ୍କ ଝିଅ ସୁଦିପ୍ତା, ଅରୁଣ ବେଚଙ୍କ ଝିଅ ପ୍ରତିମା, କେଶବ ବେହେରାଙ୍କ ଝିଅ ସୁମିତ୍ରା, ଉମେଶ ମହାନ୍ତିଙ୍କ ଝିଅ ଦିବ୍ୟାଭରତୀ, ଦିଲ୍ଲୀପ ବେହେରାଙ୍କ ଝିଅ ଜ୍ୟୋତ୍ସା ଓ ମଧୁସୂଦନ ସେଠୀଙ୍କ ପୁଅ ଶୁଭ୍ରାଂଶୁଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା। ପରେ ପୁଣି ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ରବୀନ୍ଦ୍ର ଦଳେଇଙ୍କ ଝିଅ କାବେରୀକୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ରକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଥାଏ : ମୋଦୀ

Thu Aug 10 , 2023
ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଜାରି ରହିଛି। ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ଯେତେବେଳେ ବି ଅନାସ୍ଥା ପ୍ରସ୍ତାବ ଆଣନ୍ତି, ତାହା ତାଙ୍କ (ଏନଡିଏ ସରକାର) ପାଇଁ ଶୁଭ ହୋଇଥାଏ। ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ […]
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial