ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ : ହାତୀଙ୍କ ସୁରକ୍ଷା ପାଇଁ ଦସ୍ତଖତ ଅଭିଯାନ ଓ ପ୍ରତିଯୋଗିତା ଆୟୋଜିତ

ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ୧୩ତମ ବିଶ୍ୱ ହସ୍ତୀ ଦିବସ ପାଳିତ ହେଇଯାଇଛି। ନନ୍ଦନକାନନର ୩ ହାତୀ (ବାସନ୍ତୀ, ହୀରା ଓ ମାମା)ଙ୍କୁ ହାତୀଶାଳ ସଫାରୀ ମଧ୍ୟରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୂଜ, ମକା ଖାଇବାକୁ ଦେଇଛନ୍ତି କର୍ତ୍ତୃପକ୍ଷ ଓ କର୍ମଚରୀ। ୩ ମାସର କୁନି ହାତୀ ଅଭିକୁ ରହୁଥିବା ସଂଗରୋଧରେ ଖାଇବାକୁ ଦିଆଯାଇଛି। ନନ୍ଦନକାନନକୁ ବୁଲି ଆସିଥିବା ପର୍ଯ୍ୟଟକ ଓ ହାତୀପ୍ରେମୀଙ୍କ ଲାଗି ଅଫଲାଇନ୍‌ ଓ ଅନଲାଇନ କୁଇଜ୍‌, ଚିତ୍ରାଙ୍କନ, ସ୍ଲୋଗାନ ଓ ଦସ୍ତଖତ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଭାଗନେଇଥିବା ପ୍ରତ୍ୟକ ପ୍ରତିଯୋଗୀଙ୍କୁ ଇ- ସାର୍ଟିଫିକେଟ ଓ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ହୋଇଥିବାଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନର ବ୍ୟବସ୍ଥା କରାଯାଇଛି। ବୁଲି ଆସିଥିବା ପର୍ଯ୍ୟଟକମାନେ ହସ୍ତୀ ସୁରକ୍ଷା ଉପରେ ମନ୍ତବ୍ୟ ରଖିଛନ୍ତି। ହାତୀ ମାହୁନ୍ତମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସନ୍ଧ୍ୟାରେ ବନ୍ୟପ୍ରାଣୀ ରକ୍ଷକମାନେ ପର୍ଯ୍ୟଟକମାନଙ୍କ ସମ୍ମୁଖରେ ହସ୍ତୀ ସୁରକ୍ଷାର ମନ୍ତବ୍ୟ ରଖିବେ। ହାତୀମାନଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରାଯାଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ହାତୀ ସରୁକ୍ଷା ଉପରେ ସଚେତନତାର ବାର୍ତ୍ତା ଦେବାର ପ୍ରୟାସ କରାଯାଇଥିବା କହିଛନ୍ତି।

Share Now:

Kalinga News Beuro

Next Post

ବାହାନଗା ଟ୍ରେନ୍‌ ଦୁର୍ଘଟଣା : ଦେବଦୂତ ସାଜି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Sun Aug 13 , 2023
ଅଙ୍ଗଦାନକାରୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଗତ ଜୁନ୍‌ ୨ ତାରିଖ ଦିନ ବହୁଚର୍ଚ୍ଚିତ ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ପରେ ଦେବଦୂତ ସାଜି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀ, ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ […]
ଦେବଦୂତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial