ବାହାନଗା ଟ୍ରେନ୍‌ ଦୁର୍ଘଟଣା : ଦେବଦୂତ ସାଜି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଦେବଦୂତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅଙ୍ଗଦାନକାରୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ଜୁନ୍‌ ୨ ତାରିଖ ଦିନ ବହୁଚର୍ଚ୍ଚିତ ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ପରେ ଦେବଦୂତ ସାଜି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀ, ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ଅନୁଷ୍ଠାନମାନ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସମାଜରେ ସେବା ଓ ବଳିଦାନକୁ ହୃଦବୋଧ କରିବାର ଦିନ। ସେବା ଓ ପରୋପକାର ସବୁଠୁ ବେଶୀ ଆତ୍ମସନ୍ତୋଷ ଦେଇଥାଏ। ମୁଖ୍ୟମନ୍ତ୍ରୀ ଆଜି ଅଙ୍ଗଦାନକାରୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଥାଉକି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସିବିଆଇ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ବାହାନଗା ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଦୁର୍ଘଟଣା ପରେ ବାହାନଗାବାସୀ ଓ ଉଦ୍ଧାରକାରୀ ଦଳ ଯେଉଁଭଳି ସେବା କରିଥିଲେ ତାହା ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ଦୁର୍ଘଟଣା ସମୟରେ ସ୍ମୃତିଚାରଣ କରିଥିଲେ ବାଲେଶ୍ୱର ଜିଲ୍ଲାପାଳ। ସ୍ଥାନୀୟ ଲୋକଙ୍କର ନିସ୍ବାର୍ଥପର ସେବା ଓ ପ୍ରଶାସନକୁ ସେ ପ୍ରଶଂସା କରିଥିଲେ। ସ୍ୱେଚ୍ଛାସେବୀମାନେ ମଧ୍ୟ ଦୁର୍ଘଟଣାର ସ୍ମୃତିଚାରଣ କରିଥିଲେ।
ବାହାନଗା ଦୁର୍ଘଟଣା ପାଇଁ ଓଡ୍ରାଫ, ଏନ୍‌ଡିଆରଏଫ୍‌, ୧୦୮ ଆମ୍ବୁଲାନ୍ସ, ଏମ୍ସ ଭୁବନେଶ୍ୱର, ଏସ୍‌ସିବି କଟକ, ବିଏମ୍‌ସି ଭୁବନେଶ୍ୱର, ଦମକଳବାହିନୀ, ବାଲେଶ୍ୱର ଜିଲ୍ଲାପାଳ, ଏସ୍‌ପି, ଫକୀର ମୋହନ ମେଡିକାଲ କଲେଜ, ଉତ୍ତର ଓଡ଼ିଶା ଚାମ୍ବର ଅଫ୍‌ କମର୍ସ, ଅନ୍ୟ ସଂଗଠନ, ସାମାଜିକ କର୍ମୀ ଓ ବ୍ୟକ୍ତିଗତ ସ୍ୱେଚ୍ଛାସେବୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ସଚିବ ଭିକେ ପାଣ୍ଡିଆନ, ଏସ୍‌ଆରସି ସତ୍ୟବ୍ରତ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଯାତ୍ରୀଙ୍କ ପାଇଁ ‘ଭୟଙ୍କର’ ଅନୁଭୂତି : ୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସିଲା ଆମେରିକୀୟ ବିମାନ

Sun Aug 13 , 2023
ନୂଆଦିଲ୍ଲୀ: ଆମେରିକାନ୍‌ ଏୟାରଲାଇନ୍‌ସର ଫ୍ଲୋରିଡା ଅଭିମୁଖେ ଯାଉଥିବା ଏକ ବିମାନ ୩ ମିନିଟ୍‌ ମଧ୍ୟରେ ୧୫,୦୦୦ ଫୁଟରୁ ଅଧିକ ତଳକୁ ଖସି ପଡ଼ିଥିଲା। ଫକ୍ସ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାନ୍‌ ଏୟାରଲାଇନ୍‌ସ ବିମାନ ୫୯୧୬ ଆମେରିକାର ଚାର୍ଲୋଟ, ନର୍ଥ କାରୋଲିନାରୁ ଫ୍ଲୋରିଡାର ଗେନେସ୍‌ଭିଲ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଉଡାଣ ଭରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ବିମାନର କ୍ୟାପ୍‌ଟେନ୍‌ ‘ସମ୍ଭାବ୍ୟ ଚାପ […]
ଯାତ୍ରୀଙ୍କ ପାଇଁ ‘ଭୟଙ୍କର’ ଅନୁଭୂତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial