ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି। ଆଜି ପରେଡ୍ ରିହରସାଲରେ ସାମିଲ ହୋଇଥିଲେ ପୁଲିସ ଡିଜି ସୁନୀଲ ବଂଶଲ। ପୁଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକ ବ୍ୟବସ୍ଥା ହୋଇଛି। ମାଓ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି। ସେହିପରି ପୁଲିସ କମିଶନର କହିଛନ୍ତି, ରାଜ୍ୟସ୍ତରୀୟ ପରେଡ ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବାକୁଥିବାରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୁଲିସ କମିଶନର।

Share Now:

Kalinga News Beuro

Next Post

କୂଳ ଖାଉଛି ସୁବର୍ଣ୍ଣରେଖା ମୁକୁଳା ନଦୀବନ୍ଧ : ବିପଦରେ ୪ ଗାଁ

Mon Aug 14 , 2023
ଭୋଗରାଇ: ସୁବର୍ଣ୍ଣରେଖା ନଦୀ ସଂସ୍କାର ଯୋଜନା ବାଟହୁଡ଼ିଛି। ନଦୀବନ୍ଧର ଦୀର୍ଘ ୨୦ କିଲୋମିଟର ଆଡ଼ି ଏବେ ମୁକୁଳା ପଡ଼ିଥିବା ବେଳେ ନଦୀକୂଳ ଖାଇ ତଟବର୍ତ୍ତୀ ଭୋଗରାଇ ବ୍ଲକ୍‌ର ୪ଟି ଗାଁ ନଦୀରେ ଲୀନ ହେବାକୁ ବସିଲାଣି। ଭୋଗରାଇର ପୂର୍ବ ଓ ଦକ୍ଷିଣ ସୀମାକୁ ପଶ୍ଚିମବଙ୍ଗ ଓ ବଙ୍ଗୋପସାଗର ଲାଗିରହିଥିବା ବେଳେ ପଶ୍ଚିମରେ ସୁବର୍ଣ୍ଣରେଖା ନଦୀ ଭୋଗରାଇରୁ ବାଲିଆପାଳ ଏବଂ ବସ୍ତା ବ୍ଲକ୍‌କୁ ଅଲଗା କରିଛି। ୩୮୪ ବର୍ଗ କିଲୋମିଟର ଆୟତନ […]
କୂଳ ଖାଉଛି ସୁବର୍ଣ୍ଣରେଖା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial