ଚାଷ ଜମିରେ ଟ୍ରାକ୍ଟର ଓଲଟି ତିନି ଗୁରୁତର

ଚାଷ ଜମିରେ ଟ୍ରାକ୍ଟର ଓଲଟି ତିନି ଗୁରୁତର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ବହଲି ଗାଁରେ ଧାନ ରୋଇବା ପାଇଁ କାଦୁଅ କରୁଥିବା ବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ତିନିଜଣ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକ। ଡ୍ରାଇଭର ରାକେଶ ପୋଢ଼ଙ୍କ ଅବସ୍ଥା ଅତି ଗୁରୁତର ରହିଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି।
ଗୁରୁତର ଯୁବକମାନଙ୍କୁ ଉଦ୍ଧାର କରି ଏକ ବେସରକାରୀ ଗାଡ଼ିରେ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ଗୁରୁତର ଟ୍ରାକ୍ଟର ଡ୍ରାଇଭର ରାକେଶ ପୋଢ଼ ଅନ୍ୟ ଦୁଇଜଣ ଶ୍ରମିକମାନଙ୍କ ସହିତ ଟ୍ରାକ୍ଟରରେ ଚାଷ ଜମିକୁ ଯାଉଥିବା ବେଳେ ଭରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟିପଡ଼ିଥିଲା। ଡ୍ରାଇଭର ସହିତ ଦୁଇ ଶ୍ରମିକ ଟ୍ରାକ୍ଟର ତଲେ ଚାପି ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଟ୍ରାକ୍ଟର ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ।

Share Now:

Kalinga News Beuro

Next Post

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

Fri Aug 18 , 2023
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସବିତା ପ୍ରଧାନଙ୍କୁ ଶୁକ୍ରବାର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ‌ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ। ଉଲ୍ଲେଖ ଥାଉ କି ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ […]
ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial