ଚନ୍ଦ୍ରପୃଷ୍ଠର ନୂଆ ଭିଡିଓ ଉଠାଇଲା ଚନ୍ଦ୍ରଯାନ-୩

ଚନ୍ଦ୍ରପୃଷ୍ଠର ନୂଆ ଭିଡିଓ ଉଠାଇଲା ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ : ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଏକ ନୂଆ ଭିଡିଓ ପଠାଇଛି। ଏହି ଭିଡିଓଟି ଗତ ଅଗଷ୍ଟ ୧୫ରେ ଉଠାଯାଇଥିଲା। ଚନ୍ଦ୍ରଯାନ-୩ରେ ଲାଗିଥିବା ଲାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲପିଡିସି) ଏହି ଭିଡିଓ ଉଠାଇଥିବା ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ, ଚନ୍ଦ୍ରଯାନ-୩ର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡର (ବିକ୍ରମ ଲ୍ୟାଣ୍ଡର) ନିଜେ ଆଗକୁ ବଢ଼ୁଛି। ଶୁକ୍ରବାର ଲ୍ୟାଣ୍ଡର ମଡ୍ୟୁଲ୍ ଡିବଷ୍ଟିଂ ଦେଇ ଚନ୍ଦ୍ରର ସାମାନ୍ୟ ନିମ୍ନ କକ୍ଷପଥରେ ପହଞ୍ଚିଥିଲା। ଲ୍ୟାଣ୍ଡର ମଡ୍ୟୁଲ (ଏଲ୍ଏମ୍) ଭଲ ଅବସ୍ଥାରେ ଅଛି ବୋଲି ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି। ଏହା ସଫଳତାର ସହ ଡିବୁଷ୍ଟିଂ ଅପରେସନ କରିଥିଲା ଯାହା ଏହାର କକ୍ଷପଥକୁ ୧୧୩ କିଲୋମିଟର x ୧୫୭ କିଲୋମିଟରକୁ ହ୍ରାସ କରିଥିଲା। ୨୦୨୩ ଅଗଷ୍ଟ ୨୦ତାରିଖରେ ଦ୍ଵିତୀୟ ଡିକମିଶନ ଅପରେସନ୍ ହେବ।
ଗୁରୁବାର ଲ୍ୟାଣ୍ଡର ସଫଳତାର ସହ ପ୍ରୋପଲସନ ମଡ୍ୟୁଲରୁ ଅଲଗା ହୋଇଛି। ଲ୍ୟାଣ୍ଡର ମଡ୍ୟୁଲରେ ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ରହିଛି। ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରକୁ ପାଖାପାଖି ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ। ଲ୍ୟାଣ୍ଡର ଏବେ ଏହାର ଉଚ୍ଚତା ହ୍ରାସ କରି ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ବଢିବ। ଏହା ୨୩ ତାରିଖରେ ଓହ୍ଲାଇବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଆହତ ମହିଳାଙ୍କୁ ନୂଆ ଜୀବନ ଦେଲେ କନଷ୍ଟେବଳ

Fri Aug 18 , 2023
ନୂଆଦିଲ୍ଲୀ: ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବୃଦ୍ଧାଙ୍କୁ ହାତରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ କନଷ୍ଟେବଳ। ମୁମ୍ବାଇ ପୁଲିସର ଜଣେ କନଷ୍ଟେବଳ ଏଭଳି କାମ କରି ଏବେ ପ୍ରଶଂସା ସାଉଁଟିଛନ୍ତି। ଦୁର୍ଘଟଣାର ଶିକାର ହେବା ପ‌ରେ ବୃଦ୍ଧା ଗୁରୁତର ହୋଇପଡ଼ିଥିଲେ। ଆମ୍ବୁଲାନ୍ସକୁ ଫୋନ କରାଯାଇଥି‌ଲେ ବି ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଏହା ପରେ ବୃଦ୍ଧାଙ୍କ ଅବସ୍ଥା ଦେଖି ପୁଲିସ କନଷ୍ଟେବଳ ହାତରେ ବୋହି ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ ବୋଲି […]
ବୃଦ୍ଧାଙ୍କୁ ହାତରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ କନଷ୍ଟେବଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial