ବୈତରଣୀର ବଳରାମପୁରରେ ଧସିଲା ୨୦୦ ଫୁଟ୍‌ର ବନ୍ଧ, ଲୋକେ ଭୟଭୀତ

ବୈତରଣୀର ବଳରାମପୁରରେ ଧସିଲା ୨୦୦ ଫୁଟ୍‌ର ବନ୍ଧ-1

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଞ୍ଚାୟତ ବଳରାମପୁର ଠାରେ ୨୦୦ ଫୁଟର ବନ୍ଧ ଧସିଯିବା ପରେ ଅଞ୍ଚଳବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲଗାଣ ବର୍ଷକୁ ବୈତରଣୀରେ ବନ୍ୟା ଆସିବା ଫଳରେ ବନ୍ଧରୁ ଅତଡ଼ା ଖସୁଥିବା ଦେଖିବାକୁ ମିଳିଛି। ବନ୍ଧ ମରାମତି କାର୍ଯ୍ୟ ଜଳସମ୍ପଦ ବିଭାଗ ଆରମ୍ଭ କରିଛି। କିନ୍ତୁ ଲଗାଣ ବର୍ଷା ଜାରି ରହିଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାରି ଭିତରେ ବୈତରଣୀର ଉପର ମୁଣ୍ଡରେ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଜଳ ଧସିଥିବା ସ୍ଥାନରେ ପହଁଚିଯାଇଛି। ଫଳରେ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଣୁ ନଦୀକୂଳ ବସି ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି।

ବୈତରଣୀରେ ବନ୍ୟା ଜଳ ଆସିବା ଫଳରେ ଆହୁରି ଅଧିକ ଧସିବାରେ ଲାଗିଛି। ଏଣୁ ମରାମତି କାର୍ଯ୍ୟକୁ ବାଧାପ୍ରାପ୍ତ ହେଉଛି। ବୈତରଣୀ ବନ୍ଧ ପ୍ରାୟ ୧ କିଲୋମିଟର ଫାଟି ଆଁ କରିଛି। ଆଜି ୨୦୦ ମିଟର ଧସିଯିବା ସହ ୧ କିଲୋମିଟର ବନ୍ଧ ଫାଟି ଆଁ କରିଛି। ବିପଦ ସଂକୁଳ ଉପରେ ପ୍ରଭାବିତ ହେଉଛି ବୈତରଣୀ। ୧୭.୮୩ ମିଟର ବିପଦ ସଂକେତ ଥିବାବେଳେ ଦିନ ୧୨ଟା ସୁଦ୍ଧା ୧୭.୯୦ରେ ପ୍ରବାହିତ ହେଉଛି। ଦଶରଥପୁର ବ୍ଲକ ନଦୀକୂଳିଆ ଲୋକେ ଭୟରେ ଅଛନ୍ତି।

Share Now:

Kalinga News Beuro

Next Post

ଆକାଶରୁ ପଡ଼ିଲା ଚିକମିକ କରୁଥିବା ରହସ୍ୟମୟ ବସ୍ତୁ : ଚାଷୀ ଆତଙ୍କିତ

Sat Aug 19 , 2023
ନୂଆଦିଲ୍ଲୀ: ଗ୍ବାଲିୟର ଜିଲ୍ଲାରେ ଭିତରୱାର ଥାନା ଅଧୀନରେ ଥିବା ଜୋରା ଗ୍ରାମରେ ଆକାଶରୁ ଏକ ରହସ୍ୟମୟ ବସ୍ତୁ ଖସିଛି। ଯାହାକୁ ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ଏହି ବସ୍ତୁ ଆକାଶରୁ ଖସିବା ପରେ ଚଟାଣ ୨ଫୁଟ ଭିତରକୁ ଦବି ଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୁଲିସ ସୂତ୍ରରୁ ପ୍ରକାଶ, […]
ଆକାଶରୁ ପଡ଼ିଲା ରହସ୍ୟମୟ ବସ୍ତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial