ପରପାରିରେ ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ

ପରପାରିରେ ଲୋକପ୍ରିୟ ଅଭିନେତ୍ରୀ

ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ ହୋଇଛି। ସୀମା ୮୧ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସୀମାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସିନେମାଜଗତ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକଟି କଳାକାର ଶୋକବ୍ୟକ୍ତ କରିଛନ୍ତି। ସୀମା ଦେଓ ସଫଳ ସିନେମା ‘ଆନନ୍ଦ’ରେ ଅମିତାଭ ବଚ୍ଚନଙ୍କ ଭାଉଜ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ସାଉଁଟିଥିଲେ। ୧୯୬୦ ମସିହାରେ ସୀମା ଅଭିନୟ ଦୁନିଆରେ ପ୍ରବେଶ କରି ହିନ୍ଦୀ ସହିତ ମରାଠୀର ଅନେକ ସିନେମା ପାଇଁ ବି କାମ କରିଛନ୍ତି। ସୀମା ସ୍ୱର୍ଗତ ରମେଶ ‌ଦେଓଙ୍କ ସ୍ତ୍ରୀ ଥିବା ବେଳେ ତାଙ୍କର ଦୁଇ ପୁଅ ଅଛନ୍ତି। ଜଣକଙ୍କ ନାମ ଅଭିନୟ ଦେଓ ଓ ଅନ୍ୟ ଜଣକଙ୍କ ନାମ ଆଞ୍ଜିକ୍ୟ ଦେଓ। ଦୁହେଁ ସିନେମାଜଗତ ସହ ଯୋଡ଼ି ହୋଇ ରହିଛନ୍ତି। ଅଭିନୟ ସିନେମା ନିର୍ମାତା ଥିବା ବେଳେ ଆଞ୍ଜିକ୍ୟ ଜଣେ ଅଭିନେତା ରହିଛନ୍ତି। ସୀମା ଅନେକ ଦିନ ହେବ ବୟସ ଅଧିକ ହେତୁ ରୋଗଗ୍ରସ୍ତ ହୋଇପଡ଼ିଥିଲେ। ସେ ତାଙ୍କ ପୁଅ ଅଭିନୟଙ୍କ ସହିତ ମୁମ୍ବାଇରେ ରହୁଥି‌ଲେ। ନିକଟରେ ସେ ଅସୁସ୍ଥ ହୋଇପଡ଼ିଥିବାରୁ ପୁଅ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ବେଳେ ଆଜି ସୀମା ଦେଓ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସୀମା ‘ମିଆଁ ବିବି ରାଜି’ ସିନେମାରୁ ଡେବ୍ୟୁ କରିଥିବା ବେଳେ ‘ଆନନ୍ଦ’, ‘କୋରା କାଗଜ’, ‘ଭାଭି କି ଚୁଡିୟାଁ’ ଭଳି ସିନେମାରେ ସେ କାମ କରି ସାରିଛନ୍ତି।

Share Now:

Kalinga News Beuro

Next Post

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

Thu Aug 24 , 2023
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ […]
ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial