୨୧ ବର୍ଷୀୟ ଅନ୍ତଃସତ୍ତ୍ଵା ଯୁବତୀଙ୍କୁ ଗୁଳି ମାରି ହତ୍ୟା କଲା ପୁଲିସ

ଅନ୍ତଃସତ୍ତ୍ବା ଯୁବତୀଙ୍କୁ ଗୁଳି ମାରି ହତ୍ୟା କଲା ପୁଲିସ

ଓହାଇଓ: ଗତ ସପ୍ତାହରେ ଆମେରିକାର କଲମ୍ବସ୍‌ସ୍ଥିତ ଏକ ଗ୍ରସରି ଷ୍ଟୋର୍‌ରେ ଗ୍ରାହକ ସାଜି ସାମଗ୍ରୀ ‌ଚୋରି କରିଥିବା ଅଭିଯୋଗରେ ଜଣେ ଅନ୍ତଃସତ୍ତ୍ଵା ଯୁବତୀଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିଥିବା ଦୃଶ୍ୟ ଥିବା ଏକ ଫୁଟେଜ୍‌ ଓହାଇଓ ପୁଲିସ ରିଲିଜ୍‌ କରିଥିବା କଥା ଶୁକ୍ରବାର ଦିନ ‘ସିଏନ୍ଏନ୍‌’ ରିପୋର୍ଟ କରିଛି। ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି, ଭିଡିଓରେ ଦେଖାଯାଉଛି ଜଣେ ବ୍ଲେନ୍‌ଡନ୍‌ ଟାଉନ୍‌ ପୁଲିସ ଅଫିସର୍‌ ଓହାଇଓ ଅନ୍ତର୍ଗତ ୱେଷ୍ଟର୍‌ଭାଇଲ୍‌ସ୍ଥିତ କ୍ରୋଗର୍‌ ଗ୍ରସରି ସପ୍‌ ବାହାରେ ଥିବା ଗୋଟାଏ ପାର୍କିଙ୍ଗ୍‌ ସ୍ଥଳରେ ଟା’କିୟା ୟଙ୍ଗ୍‌ ନାମ୍ନୀ ସେ ମହିଳାଙ୍କ କାର୍‌ ନିକଟରେ ପହଞ୍ଚି ତାଙ୍କୁ କାର୍‌ରୁ ବାହାରି ଆସିବା ଲାଗି ବାରମ୍ବାର କହୁଛନ୍ତି। ‘ବଡି କ୍ୟାମେରା’ ପିନ୍ଧିଥିବା ଆଉ ଜଣେ ପୁଲିସ ଅଫିସର୍‌ ସେ ମହିଳାଙ୍କ କାର୍‌ ଆଗକୁ ଯାଉଛନ୍ତି। ପ୍ରଥମ ପୁଲିସ ଅଫିସର୍‌ଜଣକ କହୁଛନ୍ତି, ତୁମେ କିଛି ଚୋରି କରିଥିବା କଥା ସେମାନେ କହୁଛନ୍ତି। କାର୍‌ରୁ ବାହାରି ଆସ। କିନ୍ତୁ, ମୁଁ ଚୋରି କରିନାହିଁ ୟଙ୍ଗ୍‌ କାର୍‌ ଚଳାଇବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଆଗରୁ ଗ୍ରସରି ଷ୍ଟୋର୍‌ର ଜଣେ କର୍ମଚାରୀ ପୁଲିସକୁ କହିଥିଲେ ଯେ, ‘ଆଲ୍‌କ୍‌ହଲ୍‌’ ବୋତଲ ଚୋରି କରିଥିବା ଜଣେ ମହିଳା ଏବେ ବାହାରେ ଠିଆ ହୋଇଥିବା କାର୍‌ରେ ବସିଛନ୍ତି।
ଏହି ସମୟରେ କାର୍‌ ଆଗରେ ଠିଆ ହୋଇଥିବା ଦ୍ଵିତୀୟ ପୁଲିସ ଅଫିସର୍‌ କାର୍‌ ସାମନା କାଚ ଉପରକୁ ଗୁଳି ଚଳାଇଥିଲେ। ତା’ପରେ ଗାଡ଼ି ଅଟକାଇବାକୁ ଚିତ୍କାର କରି କହି କହି ପୁଲିସ କାର୍‌ ପାଖେ ପାଖେ ଦୌଡ଼ିଯାଇଥିଲେ। କିନ୍ତୁ, କାର୍‌ ଇଟା ତିଆରି ଦୁଇଟି ପିଲାର୍‌ ଥିବା ଫୁଟ୍‌ପାଥ୍‌କୁ ଗଡ଼ିଯାଇ ଗୋଟାଏ ଘରକୁ ପଶିଗଲା। ପୁଲିସ କାର୍‌ କାଚ ଭାଙ୍ଗି ସେ ମହିଳାଙ୍କୁ ଧରିବାକୁ ଚେଷ୍ଟା କଲା ବେଳକୁ ସେ ଗୋଟିଏ ପାଖକୁ ଅଣେଇ ହୋଇ ପଡ଼ିଥିଲେ। ଡାକ୍ତରଖାନା ନିଆଯିବା ପରେ ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

ମାନବଜାତିର କଲ୍ୟାଣ : ‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ

Sat Sep 2 , 2023
ନୂଆଦିଲ୍ଲୀ: ସମଗ୍ର ମାନବଜାତିର କଲ୍ୟାଣ ପାଇଁ ବିଶ୍ୱବ୍ରହ୍ମାଣ୍ଡକୁ ଭଲ ରୂପେ ଜାଣିବା ପାଇଁ ଆମର ବୈଜ୍ଞାନିକ ପ୍ରଚେଷ୍ଟା ଚାଲିବ ବୋଲି ଆଜି ‘ଇସ୍ରୋ’ର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ତା’ର ମହାକାଶ ଯାତ୍ରା ଜାରି ରଖିଛି। ଭାରତର ପ୍ରଥମ ସୌର ଅଭିଯାନ […]
‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ-4

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial