ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ: ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ

ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ତମାଣ୍ଡୋର ଦେବାନନ୍ଦ ଜେନା। ବୋଲଗଡ଼ର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି। ଏହାରି ଭିତରେ କମିସନରେଟ ପୁଲିସ ଇରାନୀଙ୍କ ସ୍ୱାମୀଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଲେ ଇରାନୀଙ୍କ ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ଆଉ କେମିତି ଯୋଜନାବଦ୍ଧ ଭାବେ ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ ତାର ରହସ୍ୟ ଭେଦ କରିବ ପୁଲିସ। ଇରାନୀ, ଇରାନୀଙ୍କ ସ୍ୱାମୀ ଓ ସହଯୋଗୀଙ୍କ ମୋବାଇଲ କଲ ହିଷ୍ଟ୍ରିରୁ ମଧ୍ୟ ଅନେକ ତଥ୍ୟ କମିସନରେଟ ପୁଲିସକୁ ମିଳିପାରେ। ହନିଟ୍ରାପ ଜରିଆରେ ବ୍ଲାକମେଲ କରି ଟଙ୍କା ଲୁଟ କରୁଥିଲେ ଇରାନୀ ଗ୍ୟାଙ୍ଗ।
ଆଗରୁ ଗ୍ୟାଙ୍ଗର ରାଣୀ ମହୁମାଛି ସମେତ ୪ଜଣଙ୍କୁ ଗିରଫ ହୋଇଛନ୍ତି। ପୁଲିସ ହାତରେ ଧରା ପଡ଼ିଥିବା ଏ ଖେଳାଳିମାନେ ହେଉଛନ୍ତି ତମାଣ୍ଡୋ ନରଗଦା ସିଟି‌ହୋମ୍‌ ଅଞ୍ଚଳର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟର ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ (୩୦) ଏବଂ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)। ସେମାନଙ୍କ ନିକଟରୁ ପୁଲିସ ୩୦ ହଜାର ଟଙ୍କା, ୯ଲକ୍ଷ ଟଙ୍କାର ଏକ ଚେକ୍‌, ଛୁରି ଓ ଦୁଇଟି ମୋବାଇଲ ଫୋନ୍‌ ଜବତ କରିଛି।

Share Now:

Kalinga News Beuro

Next Post

ଅଚ୍ୟୁତପୁର କାଜରେ ଗଡ଼ିଲା ଭାର୍ଗବୀ ଜଳ: ଧନୁଆରେ ବନ୍ୟା ଆଶଙ୍କା

Sun Sep 17 , 2023
ବାଲିପାଟଣା: ଆଜି ମଧ୍ୟାହ୍ନରେ ଭାର୍ଗବୀ ନଦୀର ବନ୍ୟା ଜଳ ଅତ୍ୟୁତପୁର କା‌ଜ ଡେଇଁଛି। ସନ୍ଧ୍ୟା ସୁଦ୍ଧା କାଜରେ ପ୍ରାୟ ଦେଢ଼ ଫୁଟ୍‌ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହୋଇଛି। ଫଳରେ ଧନୁଆ ନଈରେ ବନ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ଏବଂ ଏଥିପାଇଁ ଧନୁଆ ଅବବାହିକାରେ ଥିବା ଗାଁଗୁଡ଼ିକରେ ଲୋକଙ୍କ ଭିତରେ ଛନକା ପଶିଛି। ଚାଷୀମାନେ ବେଶି ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କାରେ […]
ଅଚ୍ୟୁତପୁର କାଜରେ ଗଡ଼ିଲା ଭାର୍ଗବୀ ଜଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial