ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ଓ ରେମୁଣା ବିଧାୟକ

ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ଓ ରେମୁଣା ବିଧାୟକ

ଭୁବନେଶ୍ୱର: ପୁଣି ପ୍ରମାଣିତ ହେଲା ସଚିବ ସର୍ବଶକ୍ତିମାନ୍। ତାଙ୍କ ବିରୁଦ୍ଧରେ ଆଲେଖ୍ୟକୁ ସହ୍ୟ କରିପାରିଲେନି ୫-ଟି ସଚିବ। ଅବଶେଷରେ ଭିନ୍ନ ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ରହଣ କରିଲେ କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି। ଏନେଇ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ଅବ୍ୟାହତି ଦିଆଯାଇଥିଲା। ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ସଚିବଙ୍କ ଇଙ୍ଗିତରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ। ସମ୍ବାଦ ଖବରକାଗଜର ସମ୍ପାଦକ ଭାବେ ଦୁଇଟି ସମ୍ପାଦକୀୟ ଲେଖିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଆମ ଘରର ହାଲଚାଲରେ ପ୍ରଥମେ ‘ଜନ୍ମଦିନର ଅନୁଚିନ୍ତା’ ଏବଂ ଏହାପରେ ‘ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା’ ଶୀର୍ଷକରେ କିଛି ମୌଳିକ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ହେଲେ ଏହି ସମ୍ପାଦକୀୟକୁ ନେଇ ତାଙ୍କ ଉପରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଥମେ ମୁଖପାତ୍ର ଏବଂ ପରେ ମନ୍ତ୍ରୀମାନଙ୍କ ଦ୍ୱାରା ତାଙ୍କୁ ଟାର୍ଗେଟ କରାଯିବା ସହିତ, ଏହାପରେ ସମ୍ବାଦ ଉପରେ ଆକ୍ରୋଶମୂଳକ ଭାବେ ହେଇଥିଲା ଇଓଡବ୍ଲ୍ୟୁ ଚଢାଉ। ବିଜୁ ଜନତା ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା।

Share Now:

Kalinga News Beuro

Next Post

ସ୍ମାର୍ଟ ସିଟିର ଡେଙ୍ଗୁ ରେଡ୍‌ ଜୋନ୍‌ରେ ପଟିଆ, ଚନ୍ଦ୍ରଶେଖରପୁର,ଶୈଳଶ୍ରୀବିହାର, ସାଲିଆସାହି

Thu Sep 21 , 2023
ଚନ୍ଦ୍ରଶେଖରପୁର: ମାସେ କି ବର୍ଷେ ନୁ‌ହେଁ। ଲଗାତାର ୩ ବର୍ଷ ହେଲା ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି ଶୈଳଶ୍ରୀ ବିହାର ଓ ନୀଳାଦ୍ରିବିହାର। ଅବ୍ୟବହୃତ ଘର, ପାର୍କ, ଆବର୍ଜନା ପାଣି କୁଣ୍ଡ ଆଦି ସାମଗ୍ରୀ ଡେଙ୍ଗୁ ସୃଷ୍ଟିକାରୀ ମଶାଙ୍କ ବାସସ୍ଥଳୀ ହୋଇଥିଲେ ମଧ୍ୟ ତାହାର ମୂଳତ୍ପାଟନ କରିବାରେ ବିଏମ୍‌ସି ସମ୍ପୂର୍ଣ୍ଣ ବିଫଳ। ବର୍ଷା ଆସିବା ପୂର୍ବରୁ ବିଏମ୍‌ସି ଯେଉଁ ପଦକ୍ଷେପ ନେବା କଥା, ତାହା ଏପର୍ଯ୍ୟନ୍ତ ମଧ୍ୟ ଠିକ୍‌ ଭାବେ ଦେଖିବାକୁ […]
ଡେଙ୍ଗୁ ରେଡ୍‌ ଜୋନ୍‌ରେ ପଟିଆ, ଚନ୍ଦ୍ରଶେଖରପୁର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial