୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

୭୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଜନସ୍ୱାସ୍ଥ୍ୟ ବିଭାଗରେ କିପରି ଚାଲିଛି ଲାଞ୍ଚ କାରବାର ଆଜି ତାହା ପଦାରେ ପଡିଛି। ଏହି ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଲାଞ୍ଚ ନଦେଲେ କୌଣସି ଫାଇଲକୁ ଗ୍ରହଣ କରନ୍ତି ନାହିଁ। ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବାବୁଙ୍କ ନାମରେ କେହି ପାଟି ଫିଟାଇବାକୁ ଡରନ୍ତି। କିନ୍ତୁ ଆଜି ଲାଞ୍ଚ ନେବା ତାଙ୍କ ପାଇଁ ମହଙ୍ଗା ପଡିଲା। ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିରେ। ଆଉ ଭିଜିଲାନସ ହାତରେ ଗିରଫ ହେଲେ। ଜୟପୁର ଭିଜିଲାନସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ରାୟଗଡା ଭିଜିଲାନସ ବିଭାଗର ନିରୀକ୍ଷକ ତରୁଲତା ବେହେରା, ଏଏସଆଇ କେ.ରଘୁନାଥ ଦୋରା, କନେଷ୍ଟବଲ ଭିଏସଏସ ଶର୍ମା, ଆନନ୍ଦ ବେହେରା ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଜଣେ ଠିକାଦାର ସୁମନ୍ତ ପରିଡା ପାଣି ପମ୍ପ ନିକଟରେ ଥିବା ପମ୍ପଗୁଡିକ ଖରାପ ହୋଇଥିବାରୁ ଏହାକୁ ମରାମତି କରିଥିଲେ।
ତେବେ ଏହି ମରାମତିର ଏଷ୍ଟିମେଟ କରିବା ସହ ଏଗ୍ରିମେଣ୍ଟ କରିବା ପାଇଁ ବାରମ୍ବାର ଜନସ୍ୱାସ୍ଥ୍ୟ ବିଭାଗର ଏଷ୍ଟିମେଟର ଶ୍ରୀ ମଲ୍ଲିକଙ୍କ ପାଖକୁ ଯାଉଥିଲେ। ଏଷ୍ଟିମେଟ କରିବା ପାଇଁ ଶ୍ରୀ ମଲ୍ଲିକ ସୁମନ୍ତ ପରିଡାଙ୍କୁ ୭ ହଜାର ଟଙ୍କା ମାଗିଥିଲେ। ସୁମନ୍ତ ତୁରନ୍ତ ଭିଜିଲାନସ ବିଭାଗ ନିକଟରେ ଏନେଇ କେଶ ରୁଜୁ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନସ ଆଜି ମାଡିବସିଥିଲା। କୋଟଲାଗୁଡା ଭଡା ଘର ସହ ଏକାକାଳୀନ ତିନୋଟି ସ୍ଥାନରେ ଆଜି ଚଢାଉ ହୋଇଛି। କୋରାପୁଟ ଭିଜିଲାନସ ବିଭାଗର କେଶ ନମ୍ବର ୩୦/୨୦୨୩ କେଶ ରୁଜୁ କରାଯାଇ ଅଧିକା ତଦନ୍ତ କରୁଥିବା କୁହାଯାଇଛି। ତେବେ ତଦନ୍ତ ପରେ ଶ୍ରୀ ମଲ୍ଲିକଙ୍କ ଘରୁ ଏବଂ ଅଫିସରୁ କେତେ ସ୍ଥାବର ଓ ଅସ୍ଥାବର ଟଙ୍କା ବାହାରିଲା ତାହା ଜଣାପଡିବ ବୋଲି ଭିଜିଲାନସ ବିଭାଗ କହିଛି।

Share Now:

Kalinga News Beuro

Next Post

ବ୍ଲେଡରେ ନିଜର ଗୁପ୍ତାଙ୍ଗ କାଟିଲା ବିଚାରାଧୀନ ବନ୍ଦୀ

Sat Sep 30 , 2023
ଭଦ୍ରକ: ଜଣେ ବିଚାରଧୀନ ବନ୍ଦୀ ଶନିବାର ଦିନ ଭଦ୍ରକ ଅଭାବନୀୟ କାଣ୍ଡ କରିଛି। ବନ୍ଦୀ ଜଣକ ମାନସିକ ଭାରସାମ୍ୟ ହରାଇ ବ୍ଲେଡରେ ନିଜର ଗୁପ୍ତାଙ୍ଗ ଓ ହାତକୁ କାଟିଦେଇଛି। ଜେଲରେ ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତି ହେଲେ ସୁଶାନ୍ତ ମାଝୀ। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ସୁଶାନ୍ତ ମାଝୀ ନିଜର ପତ୍ନୀଙ୍କୁ ନିର୍ଯାତନା ଦେଉଥିଲା। ପତ୍ନୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ପୁଲିସ ଦ୍ବାରା ଗିରଫ ହୋଇଥିଲା। ଏହି […]
ବ୍ଲେଡରେ ନିଜର ଗୁପ୍ତାଙ୍ଗ କାଟିଲା ବିଚାରାଧୀନ ବନ୍ଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial