କୋଟିଆରେ ପୁଣି ପଶିଲା ଆନ୍ଧ୍ର : ଲୋକଙ୍କୁ ଗାଡ଼ିରେ ବୋହିଲେ, ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କଲେ

କୋଟିଆରେ ପୁଣି ପଶିଲା ଆନ୍ଧ୍ର

କୋରାପୁଟ: ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ କୋରାପୁଟ ଜିଲ୍ଲାର କୋଟିଆରେ ପୁଣି ଥରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି। କୋଟିଆ ଗାଁର ଲୋକଙ୍କୁ ପ୍ରଲୋଭିତ କରି ସ୍ୱାସ୍ଥ୍ୟ ପରୀକ୍ଷା ସହ ଜରୁରୀ ଔଷଧ ବିତରଣ କରିଛି। ସୂଚନା ଅନୁସାରେ ଶନିବାର କୋଟିଆର ପାଟୁସିନେରି ଠାରେ ସାଲୁର ମଣ୍ଡଳର ମେଡିକାଲ ଟିମ୍ ଆଜି ପହଞ୍ଚି ଥିଲେ। କୋଟିଆ ପଞ୍ଚାୟତର ଅନେକ ଗାର ଲୋକଙ୍କୁ ଗାଡ଼ିରେ ବୋହିଥିଲେ। ପାଟୁସିନେରି ଠାରେ ଆନ୍ଧ୍ର ସରକାରଙ୍କ ‘ଜଗନ୍ ଆନା ଆରୋଗ୍ୟ ସୁରକ୍ଷା’ ନାମରେ ମେଡିକାଲ ଶିବିର କରିଥିଲେ। ଏହି ଅବସରରେ ସାଲୁର୍ ମଣ୍ଡଳ ଉପାଧ୍ୟକ୍ଷ ସୁରେଶ ରେଡ୍ଡୀ, ପ୍ରଶାସନିକ ଅଧିକାରୀ ଜି.ପାର୍ବତୀ ଓ କିଛି ଡାକ୍ତର ଆସି କେମ୍ପ୍ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ।
ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀମାନେ ଗତ ଶନିବାର ଦିନ ମଧ୍ୟ ଆନ୍ଧ୍ର ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର ଗ୍ରାମଟି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ନଥାଇ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ। ସେତେବେଳେ ଖବର ପାଇଁ ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି ସୂଚନା ପାଈ ସେଠାରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଉ ଥିବା ଆନ୍ଧ୍ରର ସ୍ଵାସ୍ଥ୍ୟ କର୍ମିଙ୍କୁ ତାଗିତ କରିଥିଲେ। ଏହାପରେ ସେଠାରୁ ଆନ୍ଧ୍ର କର୍ମଚାରୀମାନେ ଉଠି ଫେରିଯାଇଥିଲେ। ହେଲେ ବାରମ୍ବାର ଆନ୍ଧ୍ର ପାଖରୁ ଅନୁପ୍ରବେଶ ପରେ ବି ଜିଲ୍ଲା ପ୍ରଶାସନ ନିରବ ଥିବାରୁ ନାନାଦି ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share Now:

Kalinga News Beuro

Next Post

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ବେଳେ ପାଲେଷ୍ଟାଇନ୍‌କୁ ସହାୟତା ପଠାଇଲା ଭାରତ

Sun Oct 22 , 2023
ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ଆଜି ଭାରତ ଗାଜାବାସୀଙ୍କ ଲାଗି ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ର ମାନବୀୟ ସହାୟତା ପଠାଇଛି। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଲାଗିଥିବାରୁ ଗାଜାର ସାଧାରଣ ନାଗରିକମାନେ ମାନବୀୟ ସଙ୍କଟରେ ପଡ଼ିଛନ୍ତି। ଭାରତ ପଠାଇଥିବା ସହାୟତା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି ଯେ, ଭାରତୀୟ ବାୟୁସେନାର ଗୋଟାଏ ‘ସି-୧୭’ ବିମାନ ରିଲିଫ୍‌ ସାମଗ୍ରୀ ନେଇ ଇଜିପ୍ଟର୍‌ ଏଲ୍‌-ଆରିଶ୍‌ ବିମାନ ବନ୍ଦରକୁ ଯାଇଛି।‘ଏକ୍ସ୍‌’ […]
ପାଲେଷ୍ଟାଇନ୍‌କୁ ସହାୟତା ପଠାଇଲା ଭାରତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial