ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ : ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (ସୋମବାର) ଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥା ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସମୀକ୍ଷା କରିଛନ୍ତି। ରାଇରଙ୍ଗପୁରସ୍ଥିତ ଷ୍ଟାଡିଅମଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରିଜର୍ଭ ପୁଲିସ ଫୋର୍ସ ଓ କର୍ମଚାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି।
ବାରିପଦାଠାରେ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ କରିବା ପରେ ଆଜି ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରତିଦିନ ସୁରକ୍ଷା ବ୍ୟବସ୍ଥାର ଅଧିକାରୀ ମାନେ ତଦାରଖ ସହ ସମୀକ୍ଷା କରୁଛନ୍ତି। ପ୍ରତି କାର୍ଯ୍ୟକ୍ରମ ପାଇଁ ଅଭିଜ୍ଞ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି। କୋଣସି ପ୍ରକାର ତୃଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି। ଜିଲ୍ଲାସାରା ବିଭିନ୍ନ ସ୍ଥାନରେ ସତନ୍ତ୍ର ପୋଲିସ କର୍ମଚାରୀଙ୍କ ସମେତ ୫୬ ରୁ ଅଧିକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ମୁତୟନ ଥିବା ନେଇ ସୂଚନା ପ୍ରଦାନ କରାଯାଇଛି। ତେବେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ନେଇ ଉପଖଣ୍ଡ ଚଳଚଞ୍ଚଳ ହୋଇପଡିଛି।

Share Now:

Kalinga News Beuro

Next Post

ବାପାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ଯୁବତୀ

Sun Nov 19 , 2023
ମୁମ୍ବାଇ: ବାପାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ଯୁବତୀ। ୧୯ବର୍ଷୀୟା ପୀଡ଼ିତା ୨ଜଣ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଚେମ୍ବୁରରେ ଥିବା ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (ବାର୍କ)କ୍ବାର୍ଟରରେ। ପୀଡ଼ିତାଙ୍କ ବାପା ବାର୍କରେ କାମ କରୁଥିବା ବେଳେ ସେ ଚେମ୍ବୁରରେ ଥିବା କ୍ବାର୍ଟରରେ ରହୁଥିଲେ। ବାପାଙ୍କୁ ଭେଟିବା ପାଇଁ ପୀଡ଼ିତା ଯାଇଥିବା ବେ‌ଳେ ସେଠାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। […]
ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial