ଚୀନ୍‌ ନିମୋନିଆକୁ ନେଇ ଚିନ୍ତାରେ ଭାରତ : ସତର୍କତା ଅବଲମ୍ବନ କରିବା ଜରୁରୀ

ନୂଆଦିଲ୍ଳୀ: ଚୀନ୍‌ରେ ଏଭିୟନ ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆକୁ ନେଇ ଯେଉଁ ଅସ୍ବାଭାବିକ ସ୍ଥିତି ଦେଖାଦେଇଛି ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ଏହି ରହସ୍ୟମୟ ନିମୋନିଆ ସଂପର୍କରେ ଚୀନ୍‌ ସବିଶେଷ ତଥ୍ୟ ସାର୍ବଜନୀନ କରିନଥିଲେ ମଧ୍ୟ ମାମଲାର ଗମ୍ଭୀରତାକୁ ଦେଖି ଭାରତ ସରକାର ଏହା ଉପରେ ନଜର ରଖିଛନ୍ତି। ତେବେ ଆମ ପରି ସାଧାରଣ ଲୋକଙ୍କୁ ବି ଏହି ସମସ୍ୟାକୁ ନେଇ ସଚେତନତା ଅବଲମ୍ବନ କରିବା ଉଚିତ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ସାବଧାନତା ଅବଲମ୍ବନ କଲେ ଆମେ ନିଜକୁ ଓ ନିଜ ପିଲାମାନଙ୍କୁ ସୁରକ୍ଷା ଦେଇପାରିବା।
ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ନିଜର ସାକ୍ଷାତ୍‌କାର ଦେଇ ‘ରାମ ମନୋହର ଲୋହିଆ ହସ୍ପିଟାଲ’ର ନିର୍ଦ୍ଦେଶକ ଡକ୍ଟର ଅଜୟ ଶୁକ୍ଲା ଏ ସଂପର୍କରେ ଅନେକ କଥା କହିଛନ୍ତି। ସେ ପ୍ରଥମ ଗୁରୁତ୍ବ ଦେଇଛନ୍ତି ସଫାସୁତରାକୁ। ଅଧିକାଂଶ ରୋଗ ଅପରିଷ୍କାର ଯୋଗୁ ହିଁ ବ୍ୟାପିଥାଏ। ତେଣୁ ଆମକୁ ସଫାସୁତରା ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯଦି ଆମ ଆଖପାଖରେ ଏହି କେହି ସଂକ୍ରମିତି ଚିହ୍ନଟ ହେଉଛନ୍ତି ତ ଆମେ ତାଙ୍କଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ସଂକ୍ରମଣ ବ୍ୟକ୍ତିରୁ ବ୍ୟକ୍ତିଙ୍କ ନିକଟକୁ ସଂକ୍ରମିତ ହୋଇ ହୋଇ ଚାଲୁଛି। କରୋନା ସମୟରେ ଆମକୁ ଯେପରି ସାମାଜିତ ଦୂରତା ସହ ମାସ୍କ ପ୍ରୟୋଗକୁ ମାନିବାକୁ ପଡୁଥିଲା ଏବେ ମଧ୍ୟ ସେପରି ହିଁ କରିବାକୁ ପଡ଼ିବ। ଏହା ମଧ୍ୟ ଏକ ମହାମାରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏକଥା ଏବେ ଆପଣଙ୍କୁ କହିବା ଆବଶ୍ୟକ ନୁହେଁ ‌ଯେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ହାତ ଧୋଇବା ସହ ସାନିଟାଇଜର୍‌ ଲଗାଇବା।

Share Now:

Kalinga News Beuro

Next Post

ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା : ଆଇଏଏସ୍‌ ବନି ଧୋକାର ପ୍ରତିଶୋଧ ନେଲେ ଆଦିତ୍ୟ

Sat Nov 25 , 2023
ମୁମ୍ବାଇ: ପ୍ରେମ ପାଇଁ ଲୋକ ଏପରି କିଛି କରିପକାନ୍ତି ଯେ ଯାହାର କୌଣସି ସୀମା ନଥାଏ। କିଛି ପ୍ରେମୀ ତ ପ୍ରେମରେ ବିଫଳ ହୋଇ ଜୀବନ ବି ହାରିଦିଅନ୍ତି। ହେଲେ ସବୁ ପ୍ରେମୀ ସେପରି କରନ୍ତି ନାହିଁ। କେହି କେହି ପ୍ରେମରେ ବିଫଳ ହେବା ପରେ ଜୀବନକୁ ଚ୍ୟାଲେଞ୍ଜ୍‌ କରନ୍ତି ଓ କିଛି ହାସଲ କରି ଦେଖାନ୍ତି। ଆପଣ ଯଦି ବଲିଉଡ୍‌ ଅଭିନେତା ରାଜ୍‌କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଶାଦି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial