କର୍ଣ୍ଣିସେନା ସଭାପତିଙ୍କୁ ହତ୍ୟା : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଉପରେ ସନ୍ଦେହ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଜୟପୁର ପୁଲିସ କମିସନର ବିଜୁ ଜର୍ଜ ଜୋସେଫଙ୍କ ସୂଚନା ଅନୁସାରେ ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳିମା଼ଡ଼ ପରେ ସୁଖଦେବଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ।
ଖବରପାଇ ଶ୍ୟାମ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ସିସିଟିଭି ଭିଡିଓ ଦେଖି ତଦନ୍ତ କରୁଛି। ଶ୍ୟାମ ନଗରରେ ଥିବା ଦାନା ପାଣି ରେଷ୍ଟୁରାଣ୍ଟ ପଛରେ ଏହି ଘଟଣା ଘଟିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପତ୍ ନେହେରା ପୂର୍ବରୁ ତାଙ୍କୁ ଧମକ ଦେଇଥିଲେ। ଏ ନେଇ ଜୟପୁର ପୁଲିସକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ନେତା ଇନ୍ଦ୍ରାଜ ଗୁର୍ଜର କହିଛନ୍ତି, ‘ଆଜି ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନାର ଶ୍ରୀ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଏବଂ ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ପୁଲିସ ପ୍ରଶାସନକୁ ଅନୁରୋଧ କରୁଛି।’ କଂଗ୍ରେସ ସୋସିଆଲ ମିଡିଆ ଆବାହକ ନୀତିନ ଅଗ୍ରୱାଲ କହିଛନ୍ତି, ରାଜସ୍ଥାନରେ ଆଇନ ଶୃଙ୍ଖଳା ଶେଷ ହୋଇଛି ଏବଂ ବିଜେପିର ଜଙ୍ଗଲରାଜ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

Tue Dec 5 , 2023
ହାଇଦ୍ରାବାଦ : କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial