ହାତୀ ପାଇଁ ରାତି ଅନିଦ୍ରା : ରେଞ୍ଜର ଓ ଫରେଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ରାଉରକେଲା: ସୁନ୍ଦରଗଡ଼ ବଣାଇ ରେଞ୍ଜର ଧରଣୀଧରପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡ ଡ଼ିହି, ସମତେ ପ୍ରାୟ ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତା ହାତୀ ଦୀର୍ଘ ଏକ ମାସ ଧରି ଉତ୍ପାତ ଚଳାଇଛି। ଗାଁରେ ପଶି ଘର ଭାଙ୍ଗିବା, ଧାନ ଖାଇବା ସହିତ ଘରର ଆସବାବପାତ୍ର ନଷ୍ଟ କରୁଛନ୍ତି। ଜମିର ପନିପରିବା ନଷ୍ଟ କରୁଥିବାରୁ ଅତିଷ୍ଟ ହୋଇ ପଡ଼ିଥିବା ଗ୍ରାମବାସୀ ରାସ୍ତାରୋକ କରିଥିଲେ। ବଣାଇ -ଜକେଇ କଲା ରାସ୍ତାରେ ନିଆଁ ଜାଳି ରାତି ସାରା ରାସ୍ତାରୋକ କରିଥିଲେ। ବନବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରେଞ୍ଜରଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ରାସ୍ତା ଅବରୋଧ ବେଳେ ଲୋକଙ୍କୁ ବୁଝାଇବା ଲାଗି ଘଟଣାସ୍ଥଳକୁ ଯାଇଥିବା ବେଳେ ରେଞ୍ଜର ଓ ଫରେଷ୍ଟରଙ୍କୁ ଉତ୍ତ୍ୟକ୍ତ ‌ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ରାଜ୍ୟରେ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

Mon Jan 8 , 2024
ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ୧୫ ଡିଗ୍ରି ତଳେ ୧୯ ସହରର ତାପମାତ୍ରା ଥିବା ଜଣାଯାଇଛି। ୭. ୪ ଡିଗ୍ରୀ ସହ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial